ସ୍ୱୟଂଶାସିତ କଲେଜ ଶୈକ୍ଷିକ ପରିଷଦ ଚଳିତ ବର୍ଷର ଶୈକ୍ଷିକ କାର୍ଯ୍ୟସୂଚୀ ଗୃହୀତ କଲା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଶୈକ୍ଷିକ ପରିଷଦର ବୈଠକ କଲେଜ ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଚଳିତ ବର୍ଷର ଶୈକ୍ଷିକ କାର୍ଯ୍ୟସୂଚୀ, ପାଠ୍ୟକ୍ରମ, ତ୍ପୀକ୍ଷକ ତାଲିକା, ଶୈକ୍ଷିକ କ୍ୟାଲେଣ୍ଡର ତଥା ୨୦୨୧ ମସିହାର ସନାତକ ଏବଂ ସ୍ନାତକୋତ୍ତର ଫଳାଫଳ ଓ ନୂତନ ବିଷୟ ଖୋଲିବା ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଏହି ବୈଠକରେ କଲେଜ ଆଭ୍ୟନ୍ତରୀଣ ମାନନିର୍ଦ୍ଧାରଣ ପ୍ରକୋଷ୍ଠର ସଂଯୋଜକ ଅଧ୍ୟାପକ ଡଃ. ପ୍ରମୋଦ ଦାସ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସଭାକୁ ଅବଗତ କରାଇଥିଲେ । ବୈଠକରେ ଉତ୍କଳ ବିଶ୍ୱବିଦ୍ୟାଳୟର କୂଳପତିଙ୍କ ପ୍ରତିନିଧିଭାବେ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଏବଂ ପ୍ରଫେସର ପ୍ରଦ୍ୟୋତ କେଶରୀ ପ୍ରଧାନ ଯୋଗଦେଇଥିଲେ । ଏହା ବ୍ୟତିତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ତଥା ଶିକ୍ଷାବିତ୍ ଡଃ. ନାରାୟଣ ନାଥ ଶର୍ମା, ଆଇନଜୀବୀ ସରୋଜରାଜ ସିଂ, ସ୍ଥାନୀୟ ଚିକିତ୍ସା ବିଶାରଦ ଡା. ନିରଞ୍ଜନ ପରିଡା ପ୍ରମୁଖ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ଶିକ୍ଷାର ମାନବୃଦ୍ଧି ସମ୍ପର୍କରେ ମତାମତ ରଖିଥିଲେ । ୟୁଜିସି ଭାରପ୍ରାପ୍ତ ଅଧ୍ୟାପକ ଡଃ. ପ୍ରଭାକର ମଲ୍ଲିକ ବିଗତ ବର୍ଷର ପ୍ରସ୍ତାବମାନ ପାଠ କରିଥିଲେ । ଉପାଧ୍ୟକ୍ଷ ଗୋପାଳଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ