‘ଶ୍ରୀନିକ୍ସ କଲେଜ ଅଫ ଇଂଜିନିୟରିଂ’ ରେ ରକ୍ତଦାନ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ସହରର ଅନ୍ୟତମ ବୈଷୟିକ ମହାବିଦ୍ୟାଳୟ ‘ଶ୍ରୀନିକ୍ସ କଲେଜ ଅଫ ଇଂଜିନିୟରିଂ’ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡ. ଯଶୋବନ୍ତ ମହାନ୍ତ ଏହି ଶିବିରକୁ ଉଦଘାଟନ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ‘ରକ୍ତର ଅଭାବରେ କାହାରି ମୃତ୍ୟୁ ନହେଉ’ର ବାର୍ତ୍ତା ନେଇ ଛାତ୍ରଛାତ୍ରୀମାନେ ଏଭଳି ମହତ କାର୍ଯ୍ୟ ପାଇଁ ଆଗେଇ ଆସିବା ଅତ୍ୟନ୍ତ ଉଚ୍ଚ ବିଚାରର ବିଷୟ ହୋଇପାରିଛି ବୋଲି ସେ କହିଥିଲେ । ଅନୁଷ୍ଠାନର ଅତିରିକ୍ତ ନିର୍ଦ୍ଦେଶକ ଗୌରାଙ୍ଗ ସାହୁ ଏହି ଶିବିରରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ଜିଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ଅନୁଷ୍ଠାନର ଅଧ୍ୟାପକ ଇଂ. ମନୋଜ କୁମାର ପ୍ରଧାନ, ଇଂ ପ୍ରଶାନ୍ତ କୁମାର ତ୍ରିପାଠୀ, ଇଂ ବିଜନ କୁମାର ଗିରି, ଇଂ ସୌରଭ କୁମାର ଗିରି, ଇଂ ସ୍ୱାଗତିକା ପାତ୍ର, ଇଂ ସର୍ଜିତା ସାହୁ, ଇଂ ଶ୍ରାବଣୀ ନନ୍ଦଗୋସ୍ୱାମୀ, ଇଂ ଭାଗ୍ୟଶ୍ରୀ ଦାସ, ଇଂ ମାନସ କୁମାର ଦାସ, ଅଜିତାନନ୍ଦ ଦେବଗୋସ୍ୱାମୀ, ଅନୁପମ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ