କାଶୀନଗରରେ ସିଡିଏସ୍ଙ୍କୁ ଶ୍ରଦ୍ଧାଞ୍ଜଳୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ହେଲିକ୍ୟାପ୍ଟର ଦୁର୍ଘଟଣାରେ ଦେଶର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ (ସିଡିଏସ୍) ତାଙ୍କ ପତ୍ନୀ ଓ ଅନ୍ୟ କେତେକ ଆର୍ମି ଅଫିସର ମୃତ୍ୟୁବରଣ କରିବା ଘଟଣାରେ ସାରା ଦେଶବାସୀ ମର୍ମାହତ ହୋଇପଡିଛନ୍ତି । ଏହା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଉଥିବା ଅବସରରେ କାଶୀନଗରବାସୀଙ୍କ ତରଫରୁ ସିଡିଏସ୍ ଓ ତାଙ୍କ ସହ ମୃତ୍ୟୁବରଣ କରିଥିବା ଅନ୍ୟମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ସ୍ଥାନୀୟ ବଂଶଧାରା ପାଠାଗାର ପରିସରରେ ପ୍ରେସକ୍ଲବ, ପିପୁଲ୍ସ ମିଡିଆ ଗଜପତିର ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ, ପୂର୍ବତନ ସେନା କର୍ମଚାରୀ ଏକତ୍ରିତ ହୋଇ ସିଡିଏସ୍ ବିପିନ୍ ରାୱାତଙ୍କ ଦେଶ ପ୍ରତି ଅବଦାନକୁ ସ୍ମରଣ କରିବା ଅବସରରେ ପାକିସ୍ଥାନ ଅଧିକୃତ କାଶ୍ମୀରରେ ଭାରତ ତରଫରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ସ୍ୱର୍ଗତ ରାୱତଙ୍କ ସଫଳ ଯୋଜନା ଯୋଗୁଁ ସମ୍ଭବପର ହୋଇପାରିଥିଲା ବୋଲି କହିଛନ୍ତି ।