କର୍ତାରପୁର ସାହିବ କରିଡରର ଫାଟକ ଉଦଘାଟନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଶନିବାର ପଞ୍ଜାବ ଗୁରୁଦାସପୁର କର୍ତାରପୁର ସାହିବ କରିଡରଠାରେ ସମନ୍ୱିତ ତନଖି ଫାଟକର ଉଦଘାଟନ କରିବା ସହିତ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳର ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । କର୍ତାରପୁର କରିଡର ଉଦଘାଟନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଗୁରୁ ନାନକ ଦେବଜୀଙ୍କ ଜୀବନୀ ଆଧାରିତ ଏକ ଡିଜିଟାଲ ପ୍ରଦର୍ଶନୀ ଏବଂ ଯାତ୍ରୀ ଟର୍ମିନାଲ ବିଲ୍ଡିଂ କୁବୁଲି ଦେଖିଥିଲେ । ଯାତ୍ରା ପୂର୍ବରୁ ସେ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ସହିତ ମତ ବିନିମୟ କରିଥିଲେ । କରତାରପୁର କରିଡର ଚେକପୋଷ୍ଟ ଆରମ୍ଭ ହେବା ଫଳରେ ପାକିସ୍ତାନସ୍ଥିତ ଗୁରୁଦ୍ୱାରା କର୍ତାରପୁର ସାହେବ ଯିବା ଲାଗି ଭାରତୀୟ ଶ୍ରଦ୍ଧାଳୁ ମାନଙ୍କୁ ସୁବିଧା ମିଳିପାରିବ । ଉଲ୍ଲେଖଯୋଗ୍ୟ ଯେ ଡେରାବାବା ନାନକ ନିକଟରେ ଅନ୍ତର୍ଜାତୀୟ ସୀମା ସ୍ଥିତ ଜିରୋ-ପଏଂଟରେ କର୍ତାରପୁର ସାହେବ କରିଡର ନିର୍ମାଣ କରିବା ଲାଗି ଭାରତ ଅକ୍ଟୋବର ୨୪ ତାରିଖରେ ପାକିସ୍ତାନ ସହିତ ବୁଝାମଣା କରିଥିଲା । ସାରା ଦେଶ ଏବଂବିଶ୍ୱବ୍ୟାପୀଶ୍ରୀଗୁରୁ ନାନକ ଦେବ ଜୀଙ୍କଐତିହାସିକ ୫୫୦ତମ ପ୍ରକାଶ ପର୍ବମହାସମାରୋହରେ ଆୟୋଜନ କରିବାଲାଗି ୨୨ ନଭେମ୍ବର, ୨୦୧୮ରେ କେନ୍ଦ୍ରକ୍ୟାବିନେଟ ଏକ ପ୍ରସ୍ତାବକ ୁମଞ୍ଜୁରି ଦେଇଥିଲା । କେନ୍ଦ୍ର କ୍ୟାବିନେଟ ଡେରା ବାବା ନାନକରୁ ଅନ୍ତର୍ଜାତୀୟ ସୀମା ପର୍ଯ୍ୟନ୍ତ କର୍ତାରପୁର କରିଡର ନିର୍ମାଣ ଏବଂ ବିକାଶକୁ ମଞ୍ଜୁରି ଦେଇଥିଲା ।


