ସାନଖେମୁଣ୍ଡି ରେ ଇସ୍ପାତ ମନ୍ତୀ ଙ୍କ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଘୋଷଣାକ୍ରମେ ସାନଖେମୁଣ୍ଡି ରେ ଆଜି ସ୍ମାର୍ଟ ହେଲଥ କାର୍ଡ ବିତରଣ ଶୁଭାରମ୍ଭ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନରେ ଆଜି ଏହା ସାନଖେମୁଣ୍ଡିର ଆଡପଡା ପଞ୍ଚାୟତରୁ ବିତରଣ ଶୁଭାରମ୍ଭ କରାଯାଇଛି । ଆଡପଡା ଦୟାନିଧିପୂର କଲରାପଦର ପାଟପୁର ପଞ୍ଚାୟତ ରେ ଅନୁଷ୍ଠିତ ସ୍ମାର୍ଟ ହେଲଥ କାର୍ଡ ବିତରଣ ଉତ୍ସବରେ ଖଣି ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ରାଜ୍ୟ ଯୁବକଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ବିଜୟ କୁମାର ନାୟକ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ପ୍ରମୁଖ ଯୋଗଦେଇ ବିତରଣ ଶୁଭାରମ୍ଭ କରିବାସହ ମୂଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ନେତୃତ୍ଵରେ ହୋଇଥିବା ଗ୍ରାମାଞ୍ଚଳର ବିକାଶ ସମେତ ଯୁଗାନ୍ତକାରୀ ଜନକଲ୍ୟାଣ ଯୋଜନା ସମୂହର ଆଲୋକପାତ କରିଥିଲେ । ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଗୁଡିକରେ ସିଡିପିଓ ଅର୍ଚ୍ଚନା କଅଁର ବ୍ଲକ୍ ଉପାଧ୍ୟକ୍ଷ ଗୋବିନ୍ଦ ସ୍ୱାଇଁ ସରପଞ୍ଚ ନୀଳମାଧବ ରାଉତ ଲଡୁକିଶୋର ସେଠୀ ଟି ବାବୁସୁବୁଦ୍ଧି ବ୍ଳକ୍ ଯୁବ ବିଜେଡ଼ି ସଭାପତି ସନ୍ତୋଷ ବିଶୋଇ ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ସ୍ୱାଇଁ ରାଜ୍ୟପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ ସମିତିସଭ୍ୟ ସୁରେନ୍ଦ୍ର ବାରିକ ଅମିନ ପ୍ରଧାନ ଜଗନ୍ନାଥ ପାତ୍ର ବିଜୟ ଭୁୟାଁ ଵିନୋଦ ପ୍ରଧାନ କାଳୁଚରଣ ସେଠୀ ଙ୍କ ସମେତ ବହୁ ପଞ୍ଚାୟତ ପ୍ରତିନିଧି ନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।


