ପାଞ୍ଚପିଢ ଦୋଳ ମେଳା କମିଟି ର ସମ୍ପାଦକଙ୍କ ମନମୁଖୀ କାର୍ଯ୍ୟ କୁ ଗ୍ରାମବାସୀଙ୍କ ବିରୋଧ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ମୟୁରଭଂଜ ଜିଲ୍ଲାର ବହୁ ପୁରାତନ ଐତିହାସିକ ପାଞ୍ଚପିଢ ଦୋଳ ମେଳା କମିଟି ଏବେ କିଛି ମୁଷ୍ଟିମେୟ ସ୍ୱାର୍ଥପର ବ୍ୟକ୍ତିଙ୍କ ଦ୍ଵାରା ପରିଚାଳିତ ହେବା ସହିତ କିଛି ଅଣ ଓଡ଼ିଆ ବ୍ୟବସାୟୀ ଙ୍କ ନିମନ୍ତେ ବ୍ୟବସାୟୀ କରଣ କରାଯାଉଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦୋଳପଡ଼ିଆ ସାହି ଓ କରଞ୍ଜିଆ ବାସିନ୍ଦା ମାନେ । ତେବେ ଆଜି ଦୋଳ ମେଳା କମିଟି ପକ୍ଷରୁ ଦୋଳପଡିଆ ଓ ଧର୍ମଶାଳା କୁ ଲାଗିଥିବା ସ୍ଥାନରେ କିଛି ଦୋକାନ ଗୃହ ନିର୍ମାଣ ପାଇଁ ଶୁଭ ଦିଆଯିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଯେଉଁଥିରେ ପାଞ୍ଚପିଢ଼ ଦୋଳ ମେଳା ସମିତି ସଭାପତି ତଥା ପାଞ୍ଚପିଢ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରଜନୀକାନ୍ତ ବିଶ୍ୱାଳ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା ପୂର୍ବରୁ ବିରୋଧ କରୁଥିବା ଉତ୍ୟକ୍ତ ଗ୍ରାମବାସୀମାନେ ଘଟଣା ସ୍ଥଳରେ ଦୋଳ କମିଟିର ସମ୍ପାଦକ ରଞ୍ଜିତ ଦାସ ଅଧିକାରୀ ଓ ପୂର୍ବତନ ସମ୍ପାଦକ ଗୋପାଲ ଅଗରୱାଳଙ୍କୁ ବିରୋଧ କରିବା ସହିତ ଏପରି କାର୍ଯ୍ୟକୁ ଦୃଢ଼ ନିନ୍ଦା କରି କାର୍ଯ୍ୟ ବନ୍ଦ କରିଦେଇଥିଲେ । ଉଲ୍ଲେଖ ଯୋଗ୍ୟ ଯେ ଗୋପାଲ ଅଗ୍ରୱାଲ ସମ୍ପାଦକ ଥିବା ସମୟରେ ସ୍ଥାନୀୟ ଧର୍ମଶାଳା ଜାଗାକୁ କୌଶଳ କରି ନିଜ ସମ୍ପ୍ରଦାୟ ର ମନୋରଞ୍ଜନ ପାଇଁ ଏକ ପ୍ରେକ୍ଷାଳୟ ନିର୍ମାଣ କରେଇବା ପାଇଁ ସର୍ବସାଧାରଣ ଜାଗାକୁ ଲୋକ ଙ୍କ ଅଜାଣତ ରେ ଜବରଦଖଲ କରି ନିର୍ମାଣ କରେଇଥିଲେ ଏବଂ ନିଜ ସମ୍ପ୍ରଦାୟ ଯୁବକ କୁ ବେଆଇନ ଭାବେ ଦୋକାନ ଘର ନିର୍ମାଣ କରେଇ ଲିଜ ସୂତ୍ରରେ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ପୁଣି ଦୋକାନ ଘର କରି ନିଜ ସମ୍ପ୍ରଦାୟ ଲୋକଙ୍କୁ ଥଇଥାନ କରେଇ ବ୍ୟାପକ ଟଙ୍କା ରୋଜଗାର କରିବାକୁ କରିଥିବା ଯୋଜନା କୁ ସ୍ଥାନୀୟ ଲୋକେ ବିରୋଧ କରି କାର୍ଯ୍ୟକ୍ରମ ବନ୍ଦ କରେଇ ଥିଲେ ଓ ସାର୍ବଜନୀନ ଦୁର୍ଗାପୂଜା ପେଣ୍ଡାଲ କାମ କୁ ବିରୋଧ କରି କାମ କରେଇଦେଇନଥିବା କମିଟି କାହିଁକି ଏଠାରେ ଦୋକାନ ଘର ନିର୍ମାଣ କରିବ ପ୍ରଶ୍ନ କରିଥିଲେ । ପୂଜା ପାଇଁ ଆସିଥିବା ପୁରୋହିତ, କମିଟିର ସମ୍ପାଦକ ଓ କିଛି ସଦସ୍ୟଙ୍କୁ ହଟ ହଟା ହେବାକୁ ପଡ଼ିଥିଲା । ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖା ଦେବାରୁ ସମସ୍ତେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଗ୍ରାମବାସୀ ମାନେ ସୂଚନା ଫଳକ ଭାଙ୍ଗିବା ସହିତ ଦୋଳ ପଡିଆକୁ ଖାଲି ରଖିବାକୁ ଦାବିରଖିଛନ୍ତି । ଦୋଳ ଯାତ୍ରା ସମୟରେ ଏହି ସ୍ଥାନଟି ରେ ଦୋଳି ଓ ମିନାବଜାର ପଡ଼ିଥାଏ । ଖାଲି ଦିନରେ ଲୋକେ ଏଠାରେ ବିବାହ ପୂଜା ପର୍ବ ଆଦି ପାଳନ କରିବା ସହିତ ଛୋଟ ଛୁଆ ମାନେ ଖେଳକୁଦ କରିଥାନ୍ତି । ଏଠାରେ ଦୋକାନ ଘର ନିର୍ମାଣ ହେଲେ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରହିବା ସହିତ ଲୋକଙ୍କ ଚଲା ପଥ ମଧ୍ୟ ବନ୍ଦ ରହିବ ତେଣୁ ଆଜି ୱାର୍ଡ ନୋ ୧୧ ର ଶତାଧିକ ମହିଳା ଓ ପୁରୁଷ ଏହି କାର୍ଯ୍ୟକୁ ବନ୍ଦ କରିଥିଲେ । ତେବେ ଦୋଳ ଯାତ୍ରାକୁ ଜୀବିତ ରଖିବା ନିମନ୍ତେ ଏହି ଭ୍ରଷ୍ଟ କମିଟି କୁ ଭଙ୍ଗ କରି ଏକ ନୂତନ କମିଟି ଗଠନ ସହିତ ସମସ୍ତ ଅଭିଯୋଗ ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ