ବୌଦ୍ଦିକ ସମାବେଶ ସାରା ଓଡ଼ିଶା ପାଇଁ ପ୍ରେରଣା ସୃଷ୍ଟି କରିଛି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସୋମବାର ସନ୍ଧ୍ୟା ୬ ଘଟିକା ୩୦ ମିନିଟ ସମୟରେ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି, ରାଜାଛଜ ବୌଦ୍ଧିକ ସମାବେଶଠାରେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ କରକମଳରେ ଭାରତ ବର୍ଷର ପ୍ରଥମ ମୁକ୍ତି ଆନ୍ଦେ।।ଳନ ‘ପାଇକ ସଂଗ୍ରାମ’ ଉପରେ ଇଂରାଜୀ ପଞ୍ଜିକା ପରିବର୍ତନ ଅବସରରେ ଓଡିଆ ଭାଷାରେ ଭଦବୁମୁଖି ପ୍ରତିଭାଦୀପ୍ତ କମଳ ଲୋଚନ ବିଶ୍ୱାଳ ଙ୍କ ଦ୍ୱାରା ପ୍ରସ୍ତୁତ ଦିନ ପଞ୍ଜିକା-୨୦୨୨(କ୍ୟାଲେଣ୍ଡର) ଇନ୍‌ମୋଚିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଶତପଥୀ, ପାଇକମାନଙ୍କ ଅବଦାନ ଏବଂ ପରମ୍ପରା ଆଜିର ଯୁବ ସମାଜ ଅନୁକରଣ କରିବା ହିଁ ସମୟର ଆହ୍ୱାନ । ଇଂରେମାନଙ୍କ ବିରୋଧରେ ଅଦମ୍ୟ ସାହାସର ସହିତ ସଂଗ୍ରାମ କରି ପୁରୀ ଓ ବାଣପୁରକୁ ସ୍ୱାଧନ ଘୋଷଣା କରିଥିବା କାରଣରୁ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଲିପିବଦ୍ଧ ହୋଇ ରହିଛି । ଏହି ପଞ୍ଜିକା ଏକ ଭିନ୍ନ ଏବଂ ସଂସ୍କୃତି, ପରମ୍ପରାକୁ ପାଥେୟ କରି ଅତି ଉତ୍କୃଷ୍ଟ ୧୨ ମାସରେ ଭିନ୍ନ ଭିନ୍ନ ପାଇକମାନଙ୍କର ସଂଘର୍ଷ, ବଳିଦାନର ଫଟୋ ଭକ୍ତ ପଞ୍ଜିକାରେ ସ୍ଥାନ ପାଇଛି । ଏହି ଚିନ୍ତାଧାରାକୁ ଶ୍ରୀଯୁକ୍ତ ଶତପଥୀ ଭୂୟସୀ ପ୍ରଶଂସା କରିଥିଲେ । ଏହି ପଞ୍ଜିକାର ମୁଖ୍ୟ ପୁରୋଧା କମଳ ଲୋଚନ ବିଶ୍ୱାଳ ବିଗତ ତିନି ବର୍ଷ ହେଲା ତାଙ୍କ ମାନସପଟ୍ଟରେ ପାଇକମାନଙ୍କ ସଂଗ୍ରାମକୁ ନେଇ ଏହି ପଞ୍ଜିକାଟି ପ୍ରସ୍ତୁତ କରିବା ପାଇଁ ଅକ୍‌ଳେଶ ପରିଶ୍ରମ କରିଥିଲେ । ଏହି ପଞ୍ଜିଳା ସାଧାରଣରେ ଅନ୍ୟ ପଞ୍ଜିକା ଠାରୁ ସମ୍ପୂର୍ଣ ଭାବେ ବେଶ ଲୋକାଦୃତ ହୋଇପାରିବ ବୋଲି ମୁଖ୍ୟ ଅତିଥି ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଗୁଣାଜ୍ଞାନୀ ସଂସ୍କୃତିସମ୍ପନ୍ନ ଅତିଥିମାନେ ଯୋଗ ଦେଇଥିଲେ । ବୌଦ୍ଧିକ ସମାବେଶର ଏହି ପଞ୍ଜକା ଉନ୍‌ମୋଚିତ ହୋଇଥିବାରୁ ଶ୍ରୀ ବିଶ୍ୱାଳ ଆନନ୍ଦିତ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତ, କାଳୁ ଖଣ୍ଡାୟତ ରାୟ ଉପସ୍ଥିତି ଥିଲେ, ସିତବଲବ ମହାପାତ୍ର , ପଫେସର ଅଶୀତ ଦାଶ , ଶ୍ରୀରଞ୍ଜନ ମଙ୍ଗରାଜ , ସମାଜସେବୀ ବିଜୟ ପରିଡା, ଦେବୀ ପ୍ରସାଦ ପୃଷ୍ଟି, ଲିଙ୍ଗରାଜ କାଟା( ସାଧାରଣ ସମ୍ପାଦକ), ସାମ୍ବାଦିକ ସୌଭାଗ୍ୟ ମହାନ୍ତି(ଉପସଭାପତି), ରାହୁଲ କୁମାର ( ସମ୍ପାଦକ), ସାମ୍ବାଦିକ ବିମଳ ଚନ୍ଦ୍ର ପ୍ରଧାନ( ମୁଖପାତ୍ର), ଶରତ କୁମାର ରାଉତ(କୋଷାଧ୍ୟକ୍ଷ), ପ୍ରଦୋଷ କୁମାର ପରିଡା, ପିୟୁଷ କୁମାର ସ୍ୱାଇଁ, ଋତୁରାଜ ପଟ୍ଟନାୟକ(ଆଇନଜୀବୀ), ସଂଜୀବ କୁମାର ପଣ୍ଡା, ପ୍ରଶାନ୍ତ କୁମାର ପରିଡା, ଜଗନ୍ନାଥ ବିଶ୍ୱାଳ, ମାନସ ଦାଶ, ସୁନୀଲ କୁମାର ନାୟକ, ସୁବ୍ରତ କୁମାର, ପ୍ରଦୀପ୍ତ କୁମାର ସ୍ୱାଇଁ, ଅମୂଲ୍ୟ କୁମାର ପରିଡା, ଜିତେନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ