କାଳିପ୍ରସାଦ ସ୍ମୃତିରେ ଅସହାୟ ଜରାଗ୍ରସ୍ତଙ୍କୁ କମ୍ବଳ ବଂଟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବୌଦ୍ଧିକ ସମାବେଶ ଓଡିଶା ଓ ବିଜୁପଟ୍ଟନାୟକ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟ ବମିଖାଲର ମିଳିତ ଆନୁକୂଲ୍ୟରେ ଡେରାଶ ନିକଟ, କଂଟାବାଡ ଗ୍ରାମରେ ମହାନ୍ ସମାଜସେବୀ ଶିକ୍ଷାବିତ୍ ସ୍ୱର୍ଗତ କାଳିପ୍ରସାଦ ସାମନ୍ତରାୟଙ୍କ ୫୯ତମ ଜୟନ୍ତୀ ଉପଲକ୍ଷେ ଅସହାୟ, ଜରାଗ୍ରସ୍ତ, ଦୁଃସ୍ଥ କରିବାର ବର୍ଗଙ୍କୁ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ କମ୍ବଳ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଜୁପଟ୍ଟନାୟକ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରର ସଭାପତି, ଭାଷାବିତ୍ ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମୁଖ୍ୟ ଅତିଥି ଓ ବରେଣ୍ୟ ଅତିଥି ଭାବେ ଯୋଗଦେଇ ମାନବ ସେବା ର୍ହି ମାଧବ ସେବା ଓ ସମସ୍ତେ ନିଜ ନିଜ ସ୍ତରରେ ସାମାଜିକ କାର୍ଯ୍ୟ କରିବାକୁ ଆଗେଇ ଆସନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ବୌଦ୍ଧିକ ସମାବେଶର ଉପସଭାପତି ତଥା ସାମ୍ବାଦିକ ସୌଭାଗ୍ୟରଞ୍ଜନ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ସ୍ୱର୍ଗତ କାଳିପ୍ରସାଦ ଆଦର୍ଶରେ ଅନୁପ୍ରାଣୀତ ହେବାକୁ କହିଥିଲେ । ଗରିବ ଅସହାୟଙ୍କୁ କମ୍ପୁଟର ଶିକ୍ଷା, ନୈତିକ ଶିକ୍ଷା, ମାତୃଭାଷା ପାଇଁ କାର୍ଯ୍ୟ ଦରିଦ୍ର ନାରାୟଣ ସେବା ସ୍ୱାସ୍ଥ୍ୟ ସେବା ସାମ୍ବାଦିକତା ଶିକ୍ଷା ସହିତ ବୃକ୍ଷରୋପଣ ଓ ରକ୍ତଦାନର ମହାନ କାଣ୍ଡାରି ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନ ସଦସ୍ୟ ବିଜୟ ପରିଡା, ଅରବିନ୍ଦ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିବାବେଳେ କାର୍ଯ୍ୟକ୍ରମକୁ ପରିଚାଳନା ଶିବ ପଟ୍ଟନାୟକ କରିଥିଲେ । ଏହି ବୌଦ୍ଧିକ କାର୍ଯ୍ୟକ୍ରମରେ କମଳ ଲୋଚନ ବିଶ୍ୱାଳ(ସଭାପତି), ସାମ୍ବାଦିକ ସୌଭାଗ୍ୟ ମହାନ୍ତି(ଉପସଭାପତିି), ଲିଙ୍ଗରାଜ କାର୍ତା(ସାଧାରଣ ସମ୍ପାଦକ), ରାହୁଲ କୁମାର (ସମ୍ପାଦକ), ସାମ୍ବାଦିକ ବିମଳ କୁମାର ପ୍ରଧାନ( ମୁଖପାତ୍ର), ଶରତ କୁମାର ରାଉତ(କୋଷାଧ୍ୟକ୍ଷ), ସ୍ମାରକ ସାମନ୍ତରାୟ, ଜଗତବଲ୍ଲଭ ମହାରଥା, ପିୟୁଷୁ କୁମାର ସ୍ୱାଇଁ, ଋତୁରାଜ ପଟ୍ଟନାୟକ(ଆଇନଜୀବୀ), ସଂଜୀବ କୁମାର ପଣ୍ଡା, ପ୍ରଶାନ୍ତ କୁମାର ପରିଡା, ଜଗନ୍ନାଥ ବିଶ୍ୱାଳ, ମାନସ ଦାଶ, ସୁନୀଲ କୁମାର ନାୟକ, ସୁବ୍ରତ କୁମାର, ପ୍ରଦୀପ୍ତ କୁମାର ସ୍ୱାଇଁ, ଅମୂଲ୍ୟ କୁମାର ପରିଡା, ଜିତେନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ