ଜାତୀୟସ୍ତରୀୟ କଳିଙ୍ଗ କନ୍ୟା ମହୋତ୍ସବ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସ୍ୱାଗତିକା, ଭୁବନେଶ୍ୱର ତରଫରୁ ୩୯ତମ ଜାତୀୟସ୍ତରୀୟ କଳିଙ୍ଗ କନ୍ୟା ମହୋତ୍ସବ ରବିବାର ସନ୍ଧ୍ୟା ୬ ଘଟିକାରେ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତାରେ ରାଜ୍ୟ ତଥା ଆନ୍ତଃରାଜ୍ୟସ୍ତରରୁ ବିଭିନ୍ନ ଶ୍ରେଣୀର ୫୦୦ରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।ଉକ୍ତ ମହୋତ୍ସବରେ ଚଳଚ୍ଚିତ୍ର ଅଭିନେତ୍ରୀ ସୁଶ୍ରୀ ଭୂମିକା ଦାଶ ଓ ସୁଶ୍ରୀ ସାଇନି ମହାନ୍ତିଙ୍କୁ ‘କଳିଙ୍ଗ କନ୍ୟାରତ୍ନ-୨୦୧୯’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥି ସହିତ ମହୋତ୍ସବର ୩୦୦ ଜଣ କନ୍ୟା କୃତି ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା, ମୁମ୍ବାଇ ଓଡ଼ିଆ ସଭାପତି ଡ. ବିପିନ ବିହାରୀ ମିଶ୍ର, ଚଳଚ୍ଚିତ୍ର ଅଭିନେତ୍ରୀ ସୁଶ୍ରୀ ଭୂମିକା ଦାଶ ଓ ସୁଶ୍ରୀ ସାଇନି ମହାନ୍ତି, ଲାୟନ ବିପିନ ବିହାରୀ ନାୟକ, ପ୍ରଯୋଜକ ଡ. ଲକ୍ଷ୍ମୀନାରାୟଣ ଅଗ୍ରୱାଲ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ ।ଅନୁଷ୍ଠାନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅସିତ୍ କୁମାର ମହାନ୍ତି, ଉପସଭାପତି ଶ୍ରୀଯୁକ୍ତ ମାନସ କୁମାର କାନୁନ୍ଗୋ, ସାଂସ୍କୃତିକ ସମ୍ପାଦକ ଶ୍ରୀଯୁକ୍ତ ରାମଚନ୍ଦ୍ର ମହାନ୍ତିି ଓ ସଂଗଠକ ଶ୍ରୀଯୁକ୍ତ ଲିଙ୍ଗରାଜ ମହାନ୍ତି, ଶ୍ରୀଯୁକ୍ତ ମୋତିଆଲୁ ଦଳାଇ, ଶ୍ରୀଯୁକ୍ତ ଗୋପାଳ ଦାଳଇ ଓ ଲେଖା ମହାନ୍ତି ପ୍ରମୁଖ କର୍ମକର୍ତ୍ତାଙ୍କ ଦ୍ୱାରା ଉକ୍ତ କନ୍ୟା ମହୋତ୍ସବ ପରି•ଳିତ ହୋଇଥିଲା । ଶ୍ରୀଯୁକ୍ତ କମଳ କିରଣ କାର୍ଯ୍ୟକ୍ରମକୁ ଉପସ୍ଥାପନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ