ଭୀମପୁର ଜନ-ବଙ୍କୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାନ୍ଦିପୁର ବିକାଶ କ୍ଲବ ଚାମ୍ପିୟନ

ବାଲେଶ୍ୱର, (ସରୋଜ ପଣ୍ଡା) :ସଦର ବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମର ବେଳାଭୂମି ଯୁବକ ସଙ୍ଘ ଆନୁକୂଲ୍ୟରେ ଗତ ବୁଧବାରଠାରୁ ଆରମ୍ଭ ହୋଇଥିବା ଜନ-ବଙ୍କୁ ମେମୋରିଆଲ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଯାପିତ ହୋଇଯାଇଛି । ଏଥିରେ ଅଂଶଗ୍ରହଣ କରିଥିବା ୮ କ୍ରିକେଟ ଦଳଙ୍କ ମଧ୍ୟରୁ ଚାନ୍ଦିପୁର ବିକାଶ କ୍ଲବ ଓ ବହୁଣସିଂ କ୍ରିକେଟ ଦଳ ଫାଇନାଲକୁ ମନୋନୀତ ହୋଇଥିଲେ । ଫାଇନାଲ ମ୍ୟାଚରେ ବରୁଣସିଂ ଦଳ ନିର୍ଦ୍ଧାରିତ ୧୫ ଓଭରରେ ୮ ୱିକେଟ ହରାଇ ୧୧୪ ରନ କରିଥିବା ବେଳେ ଜବାବରେ ଚାନ୍ଦିପୁର ବିକାଶ କ୍ଲବ ୯ ଓଭରରେ ୪ ୱିକେଟ ବିନିମୟରେ ୧୧୫ ରନ ସଂଗ୍ରହ କରି ଚାମ୍ପିୟନ ଘୋଷିତ ହୋଇଥିଲା । ପ୍ରତ୍ୟୂଷ ମହାପାତ୍ର ଓ କ୍ରିଷ୍ଣା ଜୀ ଏଥିରେ ଏମ୍ପାୟାର ଭାବେ ଦାୟିତ୍ୱ ତୁଲାଇଥିଲେ । ଆୟୋଜିତ ଉଦଯାପନୀ ଉତ୍ସବରେ ପ୍ରତ୍ୟୂଷ କୁମାର ମହାପାତ୍ର, ଶିକ୍ଷାବିତ ପ୍ରାଣବନ୍ଧୁ ଦାସ, ଅନୀଲ କୁମାର ଦାସ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଦଳର ଖୋଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅତିଥିମାନେ ଉଭୟ ରନର୍ସ ଅପ ଦଳ ଓ ଚାମ୍ପିୟନ ଦଳଙ୍କୁ ଟ୍ରଫି ଏବଂ ପୁରସ୍କାର ରାଶି ପ୍ରଦାନ କରିଥିଲେ । ତାଜ ଖାନ ମ୍ୟାନ ଅଫ ଦା ମ୍ୟାଚ ଓ ମହମ୍ମଦ ନଜିମ ମଧ୍ୟ ମ୍ୟାନ ଅଫ ଦା ସିରିଜ ଭାବେ ମଧ୍ୟ ଏଥିରେ ପୁରସ୍କୃତ ହୋଇଥିଲେ । ଚୌଧୁରୀ ଜ୍ୟୋତି ପ୍ରକାଶ ଦାସ, ଋତୁରାଜ ଦାସ, ସୌମ୍ୟରଞ୍ଜନ ଦାସ, ମଦନ ମୋହନ ବାରିକ, ସୌମ୍ୟରଞ୍ଜନ ଦାସ(ଖ)ସ୍ମୃତିରଞ୍ଜନ ଦାସ, ରସାନନ୍ଦ ବାଗ, ବିଶ୍ୱନାଥ ସଙ୍କ ସମେତ କ୍ଲବର ସଦସ୍ୟମାନେ ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ