୨୫ରୁ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ‘ସ୍ନୋ ଫେଷ୍ଟ-୨୦୨୧’

ବାଲେଶ୍ୱର, (ସରୋଜ ପଣ୍ଡା) : ଆସନ୍ତା ୨୫ ତାରିଖରୁ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନରେ ଆରମ୍ଭ ହେବାକୁ ଯାଉଥିବା ତିନିଦିନିଆ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ‘ସ୍ନୋ ଫେଷ୍ଟ’ ସିଜିନ-୪ର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏନେଇ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ପାଇଁ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପଞ୍ଜୀକରଣ ଆରମ୍ଭ ହେବା ସମ୍ପର୍କରେ ଯୁବ ମହୋତ୍ସବ କମିଟିର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଶନିବାର ଅପରାହ୍ଣରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମିଟିର ସଭାପତି ଶୁଭମ ସାଇ ମହାପାତ୍ର ଓ ସାଧାରଣ ସମ୍ପାଦକ ବ୍ୟାସଦେବ ରଣା ପ୍ରମୁଖ ଉପସ୍ଥିତ ରହି ତିନିଦିନିଆ ଉତ୍ସବର ରୂପରେଖ ସମ୍ପର୍କରେ ପ୍ରକାଶ କରିଛନ୍ତି । ପ୍ରତିବର୍ଷ ଭଳି କମିଟିର ଚେୟାରପର୍ସନ ସମାଜସେବୀ ସୁବାସିନୀ ଜେନାଙ୍କ ଦିଗଦର୍ଶନରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହେଉଥିବା ସେମାନେ କହିଛନ୍ତି । ଯୁବ ଓ ଶିଶୁ ପ୍ରତିଭା ଚୟନକୁ ଏଥିରେ ଗୁରୁତ୍ୱ ଦିଆଯାଉଥିବା ବେଳେ ସବ-ଜୁନିୟର, ଜୁନିୟର ଓ ସିନିୟର ପ୍ରଭୃତି ୩ ବର୍ଗଙ୍କୁ ନେଇ ଚିତ୍ରକଳା, କୌତୁକିଆ ପୋଷାକ, ମଡ଼ର୍ଣର୍ ଡ୍ୟାନ୍ସ, ର‌୍ୟାମ୍ପ ସୋ, ଶାସ୍ତ୍ରୀୟ ନୃତ୍ୟ, ମନୋ ଏକ୍ସନ, କୁଇଜ, ଡିବେଟ ଓ ସଙ୍ଗୀତ, ଗ୍ରୁପ ଡ୍ରାନ୍ସ, ର‌୍ୟାମ୍ପ ୱାକ, ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ପ୍ରଭୃତି ଅନୁଷ୍ଠିତ ହେବ । ପ୍ରତିସଂଧ୍ୟାରେ ପୁରସ୍କାର ବିତରଣ ସାଙ୍ଗକୁ ବିଭିନ୍ନ ପ୍ରକାରର ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏ ବର୍ଷର ବିଶେଷ ଆକର୍ଷଣ ଭାବେ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ୟୁଟୁବରେ ଲକ୍ଷ ଲକ୍ଷ ଲୋକଙ୍କ ପସନ୍ଦର ପାତ୍ର ହୋଇଥିବା ଗୋବିନ୍ଦ କ୍ରିଷ୍ଣା ଦାସ ଏଥିରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲାର ଯୁବ ଗୋଷ୍ଠୀଙ୍କ ପାଇଁ ବିଶେଷତା ରଖିଆସିଥିବା ଏହି ଯୁବ ମହୋତ୍ସବକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଚାଲିଛି । ଏହାର ସଫଳତା ପାଇଁ ଉତ୍ସବ କମିଟି ପକ୍ଷରୁ କର୍ମକର୍ତ୍ତାମାନେ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ କମିଟିର ଉପ-ସଭାପତି ଶୁଭମ ଦାସ, ଗୋରାଚାନ୍ଦ ଦାସଅଧିକାରୀ, ବରିଷ୍ଠ ଉପଦେଷ୍ଟା ସଂଚିତା ପୋଦାରଙ୍କ ସମେତ ତୋଫାନ ମହାନ୍ତି, ବିଶ୍ୱଜିତ ନାୟକ, ଅନୁରାଗ ଦାସ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ