ପୋଲସରା ବ୍ଲକରେ ୭୦ ପ୍ରତିଶତରୁ ଉର୍ଦ୍ଧ୍ବ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ରେ ଡିସେମ୍ବର ୧୮ ସୁଦ୍ଧା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ କାର୍ଡ ୭୦ ପ୍ରତିଶତରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ବଣ୍ଟନ 0ସାରିଥିବା ବେଳେ ଆଉ ପ୍ରାୟ ୧୦ ହଜାର ସ୍ମାର୍ଟ କାର୍ଡ ବଣ୍ଟନ ହେବାକୁ ଥିବା ଜଣାପଡିଛି। ଶନିବାର ଦିନ ପୋଲସରା ବ୍ଲକ ର ମାଳ ତେନ୍ତୁଳିଆ, ଗୋଛାବାଡି, ପାଣ୍ଡିରିପଡା ଓ କଣଛାଇ ଚାରିଗୋଟି ଗ୍ରାମ ପଞ୍ଚାୟତରେ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗ ଦେଇ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା,ଏବିଡ଼ିଓ ଧର୍ମରାଜ ପରିଡା ପ୍ରମୁଖଙ୍କ ସମେତ ଲୋକପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ