ଅର୍ଥନୀତି ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜର ଅର୍ଥନୀତି ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଡିସେମ୍ବର ୧୭ ତାରିଖ ଦିନ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ପରିସରରେ ଅର୍ଥନୀତି ବିଭାଗରେ +୩ ପ୍ରଥମ ବର୍ଷର ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯକ୍ରମକୁ ଅଧ୍ୟକ୍ଷ ପ୍ରଫେସର ରଜନୀକାନ୍ତ ଦାଶ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଏଠିସହ ଅଧ୍ୟକ୍ଷ ଶ୍ରୀ ଦାଶ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ୟାପକ ଅଜୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଂଯୋଜନା କରିଥିଲେ। ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ୟାପକ ଶ୍ରୀ ସାହୁଙ୍କ ସମେତ ଅଧ୍ୟାପକ ଅନିଲ କୁମାର ସେଠୀ ଓ ଅଧ୍ୟାପିକା ସନ୍ତୋଷିନୀ ରାଜୁ ନବାଗତ +୩ ଛାତ୍ରଛାତ୍ରୀଙ୍କୁ ମାଗଦର୍ଶନ ପ୍ରଦାନ କରିଥିଲେ। ନବାଗତ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ। +୩ ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ଅଭିଜ୍ଞତା ପ୍ରକାଶ କରିବା ସହ ଶୃଙ୍ଖଳା ବିଷୟ ନେଇ ମତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବିଭାଗ ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ମଧ୍ୟ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ସହଯୋଗ କରିଥିଲେ।


