ପୁସ୍ତକ ‘ଶ୍ରୀ ବୈକୁଣ୍ଠ ନିର୍ଝରିଣୀ’ ଲୋକାର୍ପିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପଣ୍ଡୁ ପୂର୍ଣ୍ଣିମାର ଶୁଭ ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ହନୁମାନ ମନ୍ଦିର ପରିସରରେ ସଦଗୁରୁ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀଙ୍କ ଦାର୍ଶନିକ ତତ୍ୱ ଉପରେ ଆଧାରିତ ତଥା କେଶବ ସେଠୀଙ୍କ ରଚିତ ବୈକୁଣ୍ଠ ଲୀଳାମୃତ “ଶ୍ରୀ ବୈକୁଣ୍ଠ ନିର୍ଝରିଣୀ” ପୁସ୍ତକ ମଠାଧିସ ବାବା ଚେତନାନନ୍ଦ ଦାସ, ବାବାଜୀ ଶ୍ରଦ୍ଧାନନ୍ଦ ଦାସ, ଡଃ. ସୁବାଷ ଚନ୍ଦ୍ର ମହାପାତ୍ର ଓ ଗୈାରହରି ସାହୁଙ୍କ ଦ୍ୱାରା ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତିରେ ଲୋକାର୍ପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୁଲନଗର ସତ୍ୟସେବା କେନ୍ଦ୍ରର ସମ୍ପାଦକ ଉପେନ୍ଦ୍ର କର, ବାବାଙ୍କର ପଟ୍ଟଶିଷ୍ୟ ଦେବାଶିଷ ଜଗତି, ବ୍ୟଙ୍ଗକବି ଶ୍ରୀଧର କୁମାର ମହାନ୍ତି, କେନ୍ଦ୍ରାପଡା ସାହିତ୍ୟ ସଂସଦ ସମ୍ପାଦକ ଶୁଭାଂଶୁ କୁମାର ଦାସ, ଆଇନଜୀବୀ ପ୍ରଦୀପ କୁମାର ଦାଶ, ଶରତ କୁମାର ରାଉତ, ଆଶ୍ରମ ପରିଚାଳନା କମିଟି ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ନଟବର ବିଶ୍ୱାଳ, ନିକୁଞ୍ଜ ବିହାରୀ ପୃଷ୍ଟି ପ୍ରମୁଖ ଯୋଗଦେଇ ‘ଶ୍ରୀ ବୈକୁଣ୍ଠ ନିର୍ଝରିଣୀ’ ପୁସ୍ତକରେ ସ୍ଥାନ ପାଇଥିବା ବିଷୟ ବସ୍ତୁର ସମୀକ୍ଷା କରିଥିଲେ । ସଂପୂର୍ଣ୍ଣ ପୁସ୍ତକଟି ବାବା ବୈକୁଣ୍ଠନାଥଙ୍କ ଦାର୍ଶନିକ ତତ୍ୱ, ବାବାଙ୍କ ଅମୃତବାଣୀ ଉପରେ ଆଧାରିତ ହୋଇଛି । ଏହି ଉତ୍ସବରେ ଗରାପୁର ମହାବୀର ସତ୍ୟସେବା ମଣ୍ଡଳ, ଯୁବ ମଣ୍ଡଳ, ଗୁଲନଗର, ତରାଣ୍ଡୋ, ମାଣିପୁରା, ହଜାରୀ ବଗିଚା ଓ ମହିଳା ସତ୍ୟସେବା ମଣ୍ଡଳର ସଦସ୍ୟ ଅଭିମନ୍ୟୁ ଗୋଛାୟତ, ବାସୁଦେବ ତ୍ରିପାଠୀ, ପରମାନନ୍ଦ ସାହୁ, ରବିନାରାୟଣ ସାହୁ, ରମାକାନ୍ତ ବିହାରୀ, ଅରିକ୍ଷିତ ରାଉତ, ଶରତ ଚନ୍ଦ୍ର ରାଉତ, ଏକାଦଶୀ ମୁଖୀ, ବୈରାଗୀଚରଣ ସାହୁ, ନିତ୍ୟାନନ୍ଦ ମହାନ୍ତି, ଗଣେଶ୍ୱର ସାହୁ, କରୁଣାକର ସାହୁ, ନାରାୟଣ ସାହୁ, ମଧୁସୁଦନ ସାହୁ, ମଣ୍ଡଳ ପରିଦର୍ଶକ ବଳରାମ ନାୟକ, ସେବକ ପୁରସ୍ତମ ଗେରୁ, ନିର୍ମଳା ସାହୁ, ବାସନ୍ତୀ ଦାସ, ବିଦ୍ୟୁଲତା ପ୍ରଧାନ, ରାଜଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷାବିତ ମନୋରଞ୍ଜନ ତ୍ରିପାଠୀ ସଭା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।


