ସମାଜସେବୀଙ୍କ ବିୟୋଗରେ ଶୋକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ଦେପୁର ଗ୍ରାମର ନାରାୟଣ ଚନ୍ଦ୍ର ପତି (ନିମା ନନା)ଙ୍କର ଦୂର୍ଘଟଣା ଜନିତ ଅକାଳ ବିୟୋଗ ସେ ଅଞ୍ଚଳର ଲୋକମାନଙ୍କ ପାଇଁ ଅତ୍ୟନ୍ତ ମର୍ମତୁଦ ଓ ଗୃଦୟ ବିଦାରକ ହୋଇଛି । ସ୍ୱର୍ଗତ ପତି ହାଇସ୍କୁଲ ପରିଚାଳନା ପରିଷଦର ସଭାପତି, ସମବାୟ ସମିତିର ନିର୍ଦେଶକ ଓ ବିଭିନ୍ନ କୃଷି ଏବଂ ସାମାଜିକ ସଂଗଠନ ଜରିଆରେ ଜନସାଧାରଣଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଥିଲେ । ତାଙ୍କ ଭଳି ଜଣେ ଶାନ୍ତ, ସରଳ, ନିଷ୍କପଟ ଓ ଅମାୟୀକ ଯୁବକଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ବିୟୋଗରେ ଅବିଭକ୍ତ ଓସ୍ତପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ଓଡିଶା ପ୍ରଦେଶ କଂଗ୍ରେସ ପଛୁଆ ବର୍ଗ ଉପାଧ୍ୟକ୍ଷ ଫକୀର ଚରଣ ଖଟୁଆ ଘଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହିତ ଦୁଃଖ ଓ ଯନ୍ତ୍ରଣାକୁ ସହିବା ପାଇଁ ସେମାନଙ୍କୁ ଧୈର୍ଯ୍ୟ, ଶକ୍ତି, ସାହସ ଓ ସାମର୍ଥ୍ୟ ପ୍ରଦାନ କରିବାକୁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଶ୍ରୀ ଖଟୁଆ ।


