ଛତ୍ରପୁର ଥାନା କୁ ପରିଦର୍ଶନ କରି ନଥିପତ୍ର ଯାଞ୍ଚକଲେ ଗଞ୍ଜାମ ଏସପି
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଆଦର୍ଶ ଥାନାକୁ ମଙ୍ଗଳବାର ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ ପରିଦର୍ଶନ କରି ଥାନାର ସମସ୍ତ ନଥିପତ୍ର ଯାଂଚ୍ କରିଥିଲେ । ପରେ ଥାନାରେ ପଡ଼ି ରହିଥିବା ବିଭିନ୍ନ ମାମଲା ଗୁଡିକ ସମ୍ପର୍କରେ ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନଙ୍କୁ ପଚାରି ବୁଝିଥିଲେ । ପୂର୍ବ ଆପେକ୍ଷା ଥାନା ପରିସର ଯାକ ଯକମ ହୋଇ ରହିଥିବାରୁ ଏସପି ଖୁସି ଜାହିର କରିଥିଲେ । ଥାନା ପରିସରରେ ଥିବା ସମସ୍ତ କକ୍ଷ ଏବଂ ମାଲଖାନା କୁ ମଧ୍ୟ ଏସପି ଶ୍ରୀ ରଏ ବୁଲି ଅନୁଧ୍ୟାନ କରିଥିଲେ । ଥାନାକୁ ଆସୁଥିବା ପ୍ରତ୍ୟେକ ଜନସଧାରଣ କିପରି ସମସ୍ତ ସୁବିଧା ସହ ଉଚିତ ନ୍ୟାୟ ପାଇପାରିବେ ସେଥି ନିମନ୍ତେ ସମସ୍ତେ ଧ୍ୟାନ ଦେବାକୁ ଏସପି କହିଥିଲେ । ଆଗାମୀ ଦିନରେ ହେବାକୁ ଥିବା ପଂଚାୟତ ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇପାରିବ ସେନେଇ ବିଶେଷ ଧ୍ୟାନ ରଖିବା ସହ ଥାନା ଅଂଚଳରେ ଥିବା ଦାଗୀ ଅପରାଧୀ ଚିହ୍ନଟ କରିବା ଓ ସେମାନଙ୍କ ଗତିବିଧୀ ଉପରେ ନଜର ରଖିବାକୁ କହିଛନ୍ତି । ଏହି ପରିଦର୍ଶନ ବେଳେ ଛତ୍ରପୁର ଥାନା ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।


