ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ପଡିଆ, (ପ୍ରଶାନ୍ତ କୁମାର ସାହୁ) : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ବାପନପଲ୍ଲୀ ପଞ୍ଚାୟତରେ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ବାପନପଲ୍ଲୀ ପଞ୍ଚାୟତର ବିଭିନ୍ନ ଗ୍ରାମର ମୋଟ ୧୧ ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୭ ଟି ଅଭିଯୋଗ ର ଶୁଣାଣୀ ହୋଇଯାଇଥିବା ବେଳେ ଅବଶିଷ୍ଠ ଚାରୋଟି ବିଚାରାଧୀନ ରହିଛି। ପଡିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ଵିନି କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଡିଆ ବ୍ଲକ ଅଧ୍ୟକ୍ଷା ଦେବେ ମାଡି, ସମନ୍ଵିତ ଶିଶୁ ବିକାଶ ଅଧିକାରିଣୀ ରିନା ରାଣୀ ରାଉତ, ସ୍ଥାନୀୟ ସରପଞ୍ଚ ମେଧା ବଗାମ, ବାପନପଲ୍ଲୀ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏନ୍ ରୁଷି ରାଓ ସମେତ ବିଭିନ୍ନ ବିଭାଗର ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ