ହିତାଧିକାରୀ ଙ୍କୁ ଭତ୍ତା ବାଣ୍ଟିଲେ ଉପ ଜିଲ୍ଲାପାଳ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) : ଗତ ପଞ୍ଚାୟତ ନିର୍ବାଚନ ରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମୀ ପଞ୍ଚାୟତ ବିଭାଜନ ହୋଇ ନୂତନ ଭାବେ ଗଠିତ ହେଲା କଲରାପଦର୍ । ଏହି ପଞ୍ଚାୟତ ଚାରୋଟି ଗ୍ରାମ ଭୁଡ଼ିକି, କଲରାପଦର୍, ମାଟିଆବିରେଇ, ଦ୍ଵିତୀୟ ଧର୍ମପୁର କୁ ନେଇ ଗଠିତ । ଭୁଡିକି ଗ୍ରାମ କୁ ନୂତନ ପଞ୍ଚାୟତ ଘୋଷଣା କରିବା ପାଇଁ ତିନିଗୋଟି ଗ୍ରାମ ଅଭିଯୋଗ ପତ୍ର ପ୍ରଶାସନ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏହାକୁ ବିରୋଧ କରି ସରକାର ଙ୍କ ପକ୍ଷରୁ ଦୀୟାଯାଉଥିବ ବାର୍ଦ୍ଧକ୍ୟ ଭତ୍ତା, ରାସନ୍ ସାମଗ୍ରୀ ଚାଉଳ ବର୍ଜନ କରିଥିଲେ ହିତାଧିାରୀ । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରଚେଷ୍ଟା ବିଫଳ ହୋଇଥିଲା ।ସାନଖେମୁଣ୍ଡି ବ୍ଲକ ବି ଡି ଓ ଗାୟତ୍ରୀ ଦତ୍ତ ନାୟକ ଙ୍କ ପ୍ରଚେଷ୍ଟା ଉଦ୍ୟମ ଫଳରେ ୨୦୧୯ ବର୍ଷ ଠାରୁ ଭତ୍ତା ଏବଂ ରାସନ୍ ସାମଗ୍ରୀ ଚାଉଳ ପାଇ ଆସୁଛନ୍ତି । ଦୀର୍ଘ ଦୁଇ ବର୍ଷ ର ରହିଯାଇଥିବା ଭତ୍ତା ଜିଲ୍ଲା ପ୍ରଶାସନ ଙ୍କୁ ଅବଗତ କରାଇବା ପରେ ଆଜି ବ୍ରହ୍ମପୁର ଉପ ଜିଲ୍ଲପାଳ ଭି କୀର୍ତ୍ତି ଭାଷନ ତିନିଖଣ୍ଡ ଗ୍ରାମର ୨୪୪ ଜଣ ହିତାଧକାରୀଙ୍କୁ ୬ମାସର ଭତ୍ତା ବଣ୍ଟନ କରିଥିଲେ । ବାକି୧୮ମାସର ଭତ୍ତା ଜିଲ୍ଲପାଳ ଅନୁମତି ପରେ ପୁଣି ବଣ୍ଟନ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଶୁଣିବାକୁ ମିଳିଛି । ଆୟୋଜିତ କାର୍ଯ୍ୟକ୍ରମ ରେ ବି ଡି ଓ ଗାୟତ୍ରୀ ଦତ୍ତ ନାୟକ ,ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପରିଚ୍ଛା, ସରପଞ୍ଚ ଲଦୁକିଶୋର୍ ସେଠୀ, ସମିତି ସଭ୍ୟ ବାରିକ ଦାସ, ବିନୋଦ କୁମାର ପ୍ରଧାନ, କାଳୁ ଚରଣ ସେଠୀ ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରିଥିଲେ । ବକେୟା ରାସନ୍ ସାମଗ୍ରୀ ଚାଉଳ ମଧ୍ୟ ସରକାର ଙ୍କ ପକ୍ଷରୁ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ ।


