ବିରାଟଙ୍କ ଡ୍ରେସ୍ ପିନ୍ଧନ୍ତି ଅନୁଷ୍କା
ଦେଶର ଅନ୍ୟତମ ପାୱାର୍ କପଲ୍ ହେଉଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା । ଏ ଯୋଡ଼ିକୁ ସମସ୍ତେ ପସନ୍ଦ ବି କରନ୍ତି । ପ୍ରାୟ ସମୟରେ ଏ ଦୁହେଁ ସୋଶାଲ୍ ମିଡ଼ିଆରେ ସେମାନଙ୍କ ଫଟା ଶେଆର କରନ୍ତି ଓ ସେସବୁ ଭାଇରାଲ୍ ମଧ୍ୟ ହୁଏ ।
ଆପଣମାନେ ବିରାଟ ଓ ଅନୁଷ୍କାଙ୍କୁ ନେଇ ଆଉ ଗାଟିଏ କଥା ବି ଲକ୍ଷ୍ୟ କରିଥିବେ । ଅନେକ ସମୟରେ ଦୁହେଁ ମ୍ୟାଚିଂ ଡ୍ରେସ୍ ପିନ୍ଧି ବୁଲନ୍ତି । ଆଉ ନିକଟରେ ଏକ ସାକ୍ଷାତକାରରେ ଅନୁଷ୍କା ବିରାଟଙ୍କ ଡ୍ରେସକୁ ନେଇ କିଛି ସିକ୍ରେଟ୍ ବି ଶେଆର କରିଥିଲେ । ପିଙ୍କଭିଲ୍ଲାର ଏକ ରିପୋର୍ଟ ଅନୁଯାୟୀ, ନିକଟରେ ଏକ ସାକ୍ଷାତକାରରେ ଅନୁଷ୍କା କହିଥିଲେ ଯେ ସେ ବାରିଟଙ୍କ ଡ୍ରେସ୍ ପିନ୍ଧନ୍ତି । ବିରାଟଙ୍କ ଟି-ଶାର୍ଟ ଓ ଜ୍ୟାକେଟ୍ ସେ ପିନ୍ଧନ୍ତି । ଏଥିରେ ବିରାଟ ଖୁସି ମଧ୍ୟ ହୁଅନ୍ତି । ତା’ଛଡ଼ା ବିରାଟଙ୍କ ପୋଷାକ ପିନ୍ଧିଲେ ତାଙ୍କୁ ଭଲ ଲାଗେ ବୋଲି ଅନୁଷ୍କା କହିଥିଲେ । ବିରାଟ ଓ ଅନୁଷ୍କା ୨୦୧୭ ଡିସେମ୍ବର ୧୧ତାରିଖରେ ବାହା ହୋଇଥିଲେ । ନିକଟରେ ଭୁଟାନରେ ବିରାଟ ତାଙ୍କ ଜନ୍ମଦିନ ପାଳିଥିଲେ ।


