କାଶୀନଗରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ପ୍ରଶାସନ ତରଫରୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କାଶୀନଗ ବ୍ଲକ ଅନ୍ତର୍ଗତ ଅଲଡା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର କୃତୀତ୍ୱ ହାସଲ କରିଥିବା ଛାତ୍ରୀ ଏବଂ ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କୃତୀଛାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବାର ଜଣାପଡିଛି । ଅଲଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ରୋକମ ଲିଖିତା, ସନ୍ଧ୍ୟାରାଣୀ ବେହେରା ଏବଂ ଭି. ଦିବ୍ୟା ଏବଂ କାଶୀନଗର ସହରରେ ଥିବା ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ନିମାଲା ଅଭିନାଶଙ୍କୁ ସମ୍ବର୍ଦ୍ଧିତ କରିଥିବାର ଜଣାପଡିଛି । ଏମାନେ ସମସ୍ତେ ୨୦୨୦-୨୧ ବାର୍ଷିକ ସିଏଚ୍‌ସି ପରୀକ୍ଷାରେ ଉଚ୍ଚ ପ୍ରତିଶତରେ ମାର୍କ ରଖିଥିଲେ । ଶ୍ରୀରାମ କଲେଜର ଛାତ୍ର ଅଭିନାଶ ଗଜପତି ଜିଲ୍ଲାର ଟପର ହୋଇ ଥିଲେ । ଆଜି ପ୍ରଶାସନ ତରଫରୁ ଏମାନଙ୍କୁ ପ୍ରମାଣ ପତ୍ର ଏବଂ ଟ୍ୟାବସେଟ ଦେଇ ସମ୍ମାନିତ କରାଯାଇଥିବାର ଜଣାପଡିଛି । ଏହି ସମ୍ବର୍ଦ୍ଧିନା ସଭା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗଜପତି ଏସ୍‌ପି ଜୟରାମ ଶତପଥି, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ମନରଂଜନ ଦଳାଇ ପ୍ରମୁଖ ଯୋଗଦେଇଥିଲେ । ଏହିଛାତ୍ରଛାତ୍ରୀଙ୍କ ଏଭଳି କୃତୀତ୍ୱ ଓ ସମ୍ବର୍ଦ୍ଧନା ଖବର ଶୁଣି କାଶୀନଗର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଅଲଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟାପିକା ସନ୍ତୋଷିନୀ ପାଢି, କମ୍ପୁଟର ଶିକ୍ଷକ ପଞ୍ଚାନନ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଶ୍ରୀରାମ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନବକୃଷ୍ଣ ସାହୁକାରଙ୍କ ସମସେତ କଲେଜର ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ ଅଭିନାଶଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ସେ ଏପରି ଆହୁରି ସଫଳତା ଅର୍ଜନ କରନ୍ତୁ ବୋଲି କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ