ହୃଦଘାତରେ ସାମ୍ବାଦିକଙ୍କ ମାତୃ ବିୟୋଗ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ରାୟଗଡ଼ ବ୍ଲକର ଗଣମାଧ୍ୟମ ପ୍ରତିନିଧି ଇନସ ସ୍ୱାଲସିଂଙ୍କ ମାଆ ନାଇ ନନ୍ଦିନୀ ସ୍ୱାଲସିଂଙ୍କ ହୃଦଘାତରେ ବିୟୋଗ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 63 ବର୍ଷ ହୋଇଥିଲା. ଶନିବାର ଦିନ ହୃଦଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳେ ସମସ୍ତ ପରିବାର ପାଖରେ ରହିଥିବା ବେଳେ ଖ୍ରୀଷ୍ଟ ସମ୍ପ୍ରଦାୟ ଅନୁଯାୟୀ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି। ତାଙ୍କ ବିୟୋଗରେ ରାୟଗଡ ବ୍ଲକ ଅଞ୍ଚଳର ସମସ୍ତ ରାଜନୈତିକ ଦଳର ନିର୍ବାଚିତ ପ୍ରତିନିଧି ଓ ନେତାମାନଙ୍କ ସହ ଅଞ୍ଚଳର ବିଭିନ୍ନ ସରକାରୀ କର୍ମଚାରୀ, ଶିକ୍ଷକ -ଶିକ୍ଷୟିତ୍ରୀ ଏବଂ ରାୟଗଡା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଓ ଗଜପତି ଜିଲ୍ଲା ଏସୟୁଜେ ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡାଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ