ବିଷାକ୍ତ ସର୍ପ ଦଂଶନରେ ଦିନମଜୁରିଆଙ୍କ ମୃତ୍ୟୁ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ବଳରାମପୁର ପଞ୍ଚାୟତ ଅଧିନସ୍ଥ ସାତଘରିଆ ଗ୍ରାମର ଅଧିବାସୀ ବ୍ରହ୍ମାନନ୍ଦ ପରିଡା(୬୨) ନିଜ ବାଡିରେ ଥିବା ଘଷିଗଦାରୁ ଘଷି କାଢିବା ସମୟରେ ଏକ ବିଷଧର ସାପ ତାଙ୍କ ଦକ୍ଷିଣ ହସ୍ତର ଅଙ୍ଗୁଳିକୁ କାମୁଡି ଦେବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ତାଙ୍କୁ ତୁରନ୍ତ ରାଜକନିକା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଟାଉନ ଥାନା ସବଇନସପେକ୍ଟର ସୁଧସ୍ମିତା ପୃଷ୍ଟି ସେଠାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ କରାଇବା ପରେ ମୃତକଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ । ଏନେଇ ଟାଉନ ଥାନାରେ ୩୯/୨୦୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ସ୍ୱର୍ଗତ ପରିଡା ଜଣେ କୁଶଳି ଦିନମଜୁରିଆ ଭାବେ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ତାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ସରପଞ୍ଚ ସୁବଳ ସାହୁ, ନଳିନୀକାନ୍ତ ପୃଷ୍ଟି, ମନୋଜ ପରିଡା, ଅଚିନ୍ତ୍ୟ ସାହୁ,ସୁକାନ୍ତ ସାହୁ, ରୀତାଞ୍ଜଳୀ ନାଥ, ଅକ୍ଷୟ ଦାସ, ମନୋରଞ୍ଜନ ବିହାରୀ, ପୂର୍ବତନ ସରପଞ୍ଚ ସନ୍ଧ୍ୟାରାଣୀ ବିହାରୀ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ