ଜିଲ୍ଲା ରାଜସ୍ୱ ଅମଲା ସଂଘ ପକ୍ଷରୁ ସମ୍ବର୍ଦ୍ଧନା ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲାରେ ୧୧ଜଣ ରାଜସ୍ୱ ଅମଲା ଚଳିତ ଡିସେମ୍ବର ମାସରେ ଓଡିଶା ରାଜସ୍ୱ ସେବାକୁ ପଦୋନ୍ନତ୍ତି ପାଇଥିବାରୁ କେନ୍ଦ୍ରାପଡା ରାଜସ୍ୱ ଅମଲା ସଂଘ ସଭାପତି ତଥା ସେକ୍ସନ ଅଫିସର ଦୀନବନ୍ଧୁ ରଥଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଦର ମହକୁମାସ୍ଥିତ ବିଭିନ୍ନ କାର୍ଯ୍ୟାଳୟର ରାଜସ୍ୱ ଅମଲାମାନଙ୍କ ସହ ପଦୋନ୍ନତ୍ତି ପାଇଥିବା ରାଜସ୍ୱ ଅମଲାମାନେ ଉପସ୍ଥିତ ଥିଲେ । ନିଜର କର୍ତ୍ତବ୍ୟନିଷ୍ଠା, ଉତ୍ତମ ସେବା ଯୋଗାଇ ଦେଇପାରିଥିବା ଅମଲା ପଦୋନ୍ନତ୍ତି ପାଇ ତାଙ୍କର ନ୍ୱତର କର୍ମସ୍ଥଳୀର ସୁଚାର ରୂପେ କାର୍ଯ୍ୟକରି ସୁନାମ ଆଣିବାକୁ ଶ୍ରୀ ରଥ ପରାମର୍ଶ ଦେବା ସହ ନ୍ୱତନ କର୍ମସ୍ଥଳୀରେ ରାଜସ୍ୱ ଅମଲାଙ୍କ ସହିତ ସମସ୍ତଙ୍କ ପ୍ରିୟଭାଜନ ହେବେ ବୋଲି ଆଶାବ୍ୟକ୍ତ କରିଥିଲେ । ଏହି ସଭାରେ ପଦୋନ୍ନତ୍ତି ପାଇଥିବା ରାଜସ୍ୱ ଅମଲାମାନଙ୍କୁ ପୁଷ୍ପଗୁଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ପଦୋନ୍ନତି ପାଇଥିବା ସଙ୍ଘର ସମ୍ପାଦକ ରମେଶ ଚନ୍ଦ୍ର ପାଣି ବକ୍ତବ୍ୟ ରଖିଥିଲେ । ପରିଶେଷରେ ସଂଘୀୟ ଭାବଧାରାକୁ ବଜାୟ ରଖି ରାଜସ୍ୱ ଅମଲାମାନେ ସରକାରୀ ନିୟମ ଅନୁଯାୟୀ ଦାୟିତ୍ୱ ସମ୍ପାଦନ କରି ନିଜର ତଥା ଜିଲ୍ଲାର ସର୍ବୋପରି ରାଜ୍ୟର ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ