୧୦ନଂ ଜୋନ୍ ଜିଲ୍ଲାପରିଷଦ ସଂରକ୍ଷିତ ଆସନ ପରିବର୍ତ୍ତନ ନିମନ୍ତେ

ଛତ୍ରପୁର, (ଦେବଦତ୍ତ ମହାରଣା) :ଗଂଜାମ ଜିଲ୍ଲାର ୧୦ନଂ ଜିଲ୍ଲାପରିଷଦ ଜୋନ୍ ସଂରକ୍ଷିତ ଆସନ ପରିବର୍ତ୍ତନ ନିମନ୍ତେ ଆଙ୍କୁଶପୁର, ମସିହାଖାଲି, ଜଗଦଳପୁର, ନିମଖଣ୍ଡି, ଲୋଚାପଡା, ଗୁରୁଣ୍ଠି ଓ ହୁଗୁଳାପଟା ଅଂଚଳର ବହୁ ଭୋଟର ମାନେ ଶୁକ୍ରବାର ଜିଲ୍ଲାପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି । ଏହି ୧୦ନଂ ଜୋନ୍ ର ୮୫ପ୍ରତିଶତ ଭୋଟର ସାଧାରଣ ବର୍ଗ ହୋଇଥିବାରୁ ସରକାରଙ୍କ ପକ୍ଷରୁ ଏହି ଜୋନ୍ ନିମନ୍ତେ ସଂରକ୍ଷିତ ଆସନ ସାଧାରଣ ବର୍ଗ ନିମନ୍ତେ ରଖିବା ନିମନ୍ତେ ସେମାନେ ଦାବୀ କରିଛନ୍ତି । ବିଜ୍ଞପ୍ତି ଅନୁସାରେ ଏହି ଜୋନ୍ ନିମନ୍ତେ ଅନୁସୂଚିତ ଜାତି ମହିଳା ରହିଥିବା ବେଳେ ଏହି ସଂରକ୍ଷିତ ଆସନକୁ ପରିବର୍ତ୍ତନ କରାଯାଇ ସାଧାରଣ ବର୍ଗ ନିମନ୍ତେ କରିବାକୁ ଅଂଚଳବାସୀ ମାନେ ଅନୁରୋଧ କରିଛନ୍ତି । ଏନେଇ ଏକ ଲିଖିତି ଦାବୀ ପତ୍ର ଗଂଜାମ ଜିଲ୍ଲାପାଳ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ବ୍ରହ୍ମପୁର ଆଂଚଳିକ ବାଣିଜ୍ୟ କେନ୍ଦ୍ର ସମବାୟ ସମିତିର ସଭାପତି ସୁରେଶ ଚନ୍ଦ୍ର ଦାଶ, ମହିଳାନେତ୍ରୀ ସିଏଚ. ଜିନ୍ସୀ ପାତ୍ର , ସିଏଚ.ଭିକି କୁମାର ପାତ୍ର, ପ୍ରଦୀପ କୁମାର ମଲାଣ, ସୁମନ କୁମାର ସାବତ, ପ୍ରସନ୍ନା ଦାଶ, ବିଷ୍ଣୁ ପ୍ରିୟା ସାବତଙ୍କ ସମେତଆଙ୍କୁଶପୁର, ମସିହାଖାଲି , ଜଗଦଳପୁର, ନିମଖଣ୍ଡି, ଲୋଚାପଡା, ଗୁରୁଣ୍ଠି ଓ ହୁଗୁଳାପଟା ଅଂଚଳର ବହୁ ଭୋଟର ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ