ପୋଲସରା ବ୍ଲକରେ ଧାନ ମଣ୍ଡିର ଶୁଭାରମ୍ଭ କଲେ ବିଧାୟକ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ ପାଇଁ ମଥୁରା ସେବା ସମବାୟ ସମିତିରେ ଡିସେମ୍ବର ୩୦ ତାରିଖ ଦିନ ଧାନ ମଣ୍ଡିର ଶୁଭାରମ୍ଭ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇ ଧାନ ମଣ୍ଡି ଉଦଘାଟନ କରି ଧାନ କ୍ରୟର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ଓ ପୋଲସରା ତହସିଲଦାର ଦିଲ୍ଲୀପ କୁମାର ନାୟକ ଯୋଗଦେଇଥିଲେ । ଯୋଗାଣ ନିରୀକ୍ଷକ ହେମନ୍ତ କୁମାର ପ୍ରଧାନ ଙ୍କ ତତ୍ତ୍ୱାବଧାନରେ ଓ ମଥୁରା ସେବା ସମବାୟ ସମିତିର ସମ୍ପାଦକ ରଞ୍ଜିତ କୁମାର ନାୟକଙ୍କ ସହଯୋଗରେ ପ୍ରଥମ ଚାଷୀଭାବେ ଅରକ୍ଷିତ ପାତ୍ରଙ୍କ ଠାରୁ ୪୪ କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା ।  ଧାନ ମଣ୍ଡି ଆରମ୍ଭ ହୋଇଥିବା ଯୋଗୁଁ ଚାଷୀମାନେ ଖୁସି ଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ବହୁ ଚାଷୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ