ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ଦୀପତଳ ଅନ୍ଧାର ଭଳି ରାଇରଙ୍ଗପୁର ବ୍ଲକର ଭାଲୁବସା ପଞାୟତ ଏକ ବୂହତ ରାଜସ୍ଵ ଗ୍ରାମ । ଏଠାରେ ସବୁଧର୍ମାବିଲୋକେ ଭାଇଚାରାରେ ରହୁଛନ୍ତି । ଏହା ଜାତୀୟ ରାଜପଥ ୨୨୦ ନମ୍ବରରୁ ମାତ୍ରଦେଢ କିମି ରାସ୍ତା । କିନ୍ତୁ ଗ୍ରାମ୍ୟ ମୁଖ୍ୟ ରାସ୍ତା ଦିର୍ଘ ୧୩/୧୫ ବର୍ଷ ହେଲା ମରାମତି କି ନିର୍ମାଣ ହେଉ ପାରୁ ନାହିଁ । ଜନପ୍ରତିନିଧି, ବିଧାୟକ, ସାଂସଦ,ବି ଭାଗୀୟ ଅଧିକାରୀ,ବିଡିଓଙ୍କୁ ଜଣାଇଲେ ମଧ୍ୟ ସୁଫଳ ମିଳୁ ନାହିଁ । ରାସ୍ତାଖାଲାଖମାଲରେ ଭରପୁର ।
ଯାନବାହନ ଯିବା ଅସୁବିଧା ରହୁଛି । ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଠିଆ ହୋଇଥାଏ । ନାଳ ନ ଥିବାରୁ ଗାଁ ରାସ୍ତାରେ ମଳମୂତ୍ର ପାଣି ବହୁଛି । ଗମନାଗମନ୍ଣ ବିପଦପୁର୍ଣ । ଗ୍ରାମ ଲୋକମଧ୍ୟ ପିଇବା ପାଣି ସୁବିଧା ପାଇ ପାରୁ ନାହାନ୍ତି । ବିଶେଷତଃ ନାଭଣ ତଳସାହି ନଳକୂପ ନାଳ( ୟୂସୂଫ )ଘର ପାଖରୁ ସ୍କୁଲ ପର୍ଯ୍ୟନ୍ତ ଜଳ ନିଷ୍କାସନ ପାଇଁ ନାଳ ନିର୍ମାଣ ଏବଂନାଗଭଣ ଗାଁରୁ ଭାଲୁବସା ଛକ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମର କିଛି ଯୁବ ସମାଜସେବୀ ସେକ ଅବଦୁଲ ହୁସେନ, ସେକ ହମିଦ, ସେକ ସମିମ, ଅରୁଣ ମହାନ୍ତସେକ ସାଜିର, ମନୋଜ କାଳନ୍ଦୀ ପ୍ରମୁଖ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଉପଜିଲ୍ଲାପାଳଙ୍କ ଉଦେଶ୍ୟରେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଆଗାମି ଦିନରେ ସରକାର ଉଚିତ ପଦକ୍ଷେପ ନ ନେଲେ ଗ୍ରାମବାସୀ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସମୂହ ବର୍ଜନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।


