ବରଫ ଅଣ୍ଡା

ସାଧାରଣତଃ ପଶୁପକ୍ଷୀଙ୍କ ଅଣ୍ଡା ଦେଖିଥିବେ । ମାତ୍ର ଫିନ୍ଲ୍ୟାଣ୍ଡ୍ ବୁଲିବାକୁ ଯାଇଥିବା ଦମ୍ପତି ସମୁଦ୍ରକୂଳରେ ଅଜବ ଅଣ୍ଡା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଅଣ୍ଡା କୌଣସି ପଶୁ ପକ୍ଷୀଙ୍କର ନ ଥିଲା, ଥିଲା ବରଫର ଅଣ୍ଡା । ଏଠାକାର ହୈଏକ୍ ଲୁଓତୋ ଦ୍ୱୀପର ମଜିନେମି ଉପକୂଳରେ ସେମାନେ ବରଫର ଅଣ୍ଡା ଦେଖିବାକୁ ପାଇଥିଲେ । ଦମ୍ପତିଙ୍କ କହିବା ଅନୁସାରେ, ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ଏପରି ଅଣ୍ଡା ପଡ଼ିଥିବା ଦେଖିଥିଲେ । ରିସ୍ତୋ ମତିଲା ସ୍ୱାମୀଙ୍କ ସହ ଫିନ୍ଲ୍ୟାଣ୍ଡ୍ ବୁଲିବାକୁ ଯାଇଥିଲେ । ସମୁଦ୍ରକୂଳରେ ଏହି ବରଫ ଅଣ୍ଡାର ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ । ସବୁଠୁ ବଡ଼ ଅଣ୍ଡାଟି ଫୁଟବଲ ସଦୃଶ ଥିଲା । ଏହି ଘଟଣା ଦେଖିବା ପରେ ଫିନ୍ଲ୍ୟାଣ୍ଡର ପାଣିପାଗ ବିଶେଷଜ୍ଞ ଜୋନି ବେନିୟୋ କୁହନ୍ତି, ଏହା ସାମାନ୍ୟ ଘଟଣା ନୁହେଁ, ବେଶ୍ ଚିନ୍ତାର ବିଷୟ । ସେ କୁହନ୍ତି, ପାଗ ପରିବର୍ତ୍ତନ ହେଲେ ଏମିତି ଘଟିଥାଏ । ଯେତେବେଳେ ପାଣି ଏବଂ ପବନର ତାପମାତ୍ରା ଠିକ୍ ଥାଏ ସେତେବେଳେ ଏପରି ହୋଇଥାଏ । ପ୍ରତିବର୍ଷ ମାର୍ଚ୍ଚ ମାସରେ ଗଛରୁ ପତ୍ରଝଡ଼ା ସମୟରେ ଏପରି ଘଟଣା ଦେଖିବାକୁ ମିଳିଥାଏ । ସେହିପରି ଇଲିନୋଇସ୍ ଷ୍ଟେଟ୍ ୟୁନିଭର୍ସିଟିର ଭୂ-ବିଜ୍ଞାନ ପ୍ରଫେସର ଡ. ଜେମ୍ସ କାର୍ଟର କୁହନ୍ତି, ପତ୍ରଝଡ଼ା ସମୟରେ ଯେତେବେଳେ ପାଣି ବରଫ ହେବା ଆରମ୍ଭ କରେ ଲହଡ଼ି ଆସି ବରଫ ଏପରି ଅଣ୍ଡା ସଦୃଶ ଦେଖାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ