ଏଭଳି ଅସୁବିଧାରେ ପଡ଼ିଥିଲେ, ଜାଣନ୍ତୁ କ’ଣ କରିବେ

ବିପଦରେ ପଡି ଅନେକ ସମୟରେ ଆମେ ଭୁଲ ନିଷ୍ପତ୍ତି ନେଇଥାଉ । ଯେଉଁଥିରେ ବିପଦ ଦୂର ହେବା ବଦଳରେ ଆହୁରି ବିପଦ ଘେରାରେ ଫଶିଯାଆନ୍ତି । ଏହି ସମୟରେ ଧୈର୍ଯ୍ୟର ସହ ମୁକାବିଲା କଲେ ଆମେ ବିପଦରୁ ମୁକ୍ତି ପାଇପାରିବା । କେତୋଟି ଜରୁରୀ ପରିସ୍ଥିତି ସମୟରେ କିପରି ନିଜକୁ ବଞ୍ଚାଇ ରଖିପାରିବା ଆସନ୍ତୁ ଜାଣିବା ।
ଯଦି କୌଣସି ସ୍ଥାନରେ ଫସି ରହିଛନ୍ତି ପିଇବା ପାଇଁ ପାଣି ମିଳୁନାହଁ ତେବେ କେବେ ବି ନିଜ ପରିସ୍ରା ପିଅନ୍ତୁ ନାହିଁ । କାରଣ ଏହା ଶରୀରରେ ରକ୍ତ ଠୁଳ କରିଦେବା ସହ କିଡ୍ନୀକୁ କ୍ଷତି ପହଞ୍ଚାଇଥାଏ । ଫଳରେ ଧୀରେ ଧୀରେ ମୃତ୍ୟୁ ଆଡକୁ ଟାଣି ନେଇଥାଏ । ଯଦି ସମ୍ବବ କିଛି ଚୋବାନ୍ତୁ ଓ ଜଳର ସନ୍ଧାନ କରନ୍ତୁ ।
କାମୁଡା କୁକୁର ଦେଖି ଦୌଡ଼ନ୍ତୁ ନାହିଁ । ଏପରି କରିବା ଦ୍ୱାରା କୁକୁର ଆପଣଙ୍କୁ ଦୁର୍ବଳ ଭାବିବ ଓ ଆହୁରି କାମୁଡିବାକୁ ଗୋଡାଇବ । ଏପରି ନକରି କୁକୁରକୁ ସାମ୍ନା କରନ୍ତୁ । ତା’ ଆଖିରେ ଆଖି ମିଶାଇ ପଛେଇ ପଛେଇ ଚାଲନ୍ତୁ ।
ମହୁ ମାଛି କାମୁଡିବାକୁ ଗୋଡାଇଲେ ଆପଣ ଖୁବ୍ ଜୋରରେ ଦୌଡନ୍ତୁ । କାରଣ ମହୁମାଛି ତାଙ୍କ ଏକ ସୀମିତ ଅଞ୍ଚଳରେ ନିଜକୁ ଶକ୍ତିଶାଳୀ ଭାବନ୍ତି । ତାଙ୍କ ଇଲାକାରୁ ବାହାରିଗଲେ ସେମାନେ ଫେରିଯାଆନ୍ତି ।
ଯଦି ଆପଣଙ୍କ ମାଂସଳ ଜାଗାରେ ଛୁରୀ ଭୁସି ହୋଇଯାଇଛି ତେବେ ତାହା ହେଲେ ହଠାତ୍ ଛୁରୀଟିକୁ କାଢ଼ନ୍ତୁ ନାହିଁ । କାରଣ ଏହା କାଢ଼ିଦେଲେ ଶରୀରରୁ ଅଧିକ ମାତ୍ରାରେ ରକ୍ତ ବାହାରିବ ।
ଅପହରଣ ବେଳେ ନିଜକୁ ଦୁର୍ବଳ ବୋଲି ଭାବନ୍ତୁ ନାହିଁ । ଯଦି ପାରୁଛନ୍ତି ଅପହରଣକାରୀ ଆଖିକୁ ଟାର୍ଗେଟ କରନ୍ତୁ । ଏପରି କଲେ ତା’କୁ ଦେଖିବାକୁ ଅସୁବିଧା ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ