ଭାଗବତ କଥାମୃତ ଆଲୋଚନାର ୫ମ ସଧ୍ୟ୍ୟା
ଯାଜପୁର,(ଯୁଗାବ୍ଦ ନ୍ୟୁଜ୍): ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଯାଜପୁରର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଗୀତା ଜାଗରଣ ପରିଷଦ ଦ୍ୱାରା ଆୟୋଜିତ ଭାଗବତ କଥାମୃତ ଆଲୋଚନାର ୫ମ ସଂଧ୍ୟାକୁ ପରିଷଦର ସଭାନେତ୍ରୀ ଆଇନିଜୀବୀ ପ୍ରତିମା କର ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିବା ସହିତ ସଭାରେ ଅଧ୍ୟକ୍ଷତା କରିଥିଲେ । ଉପସଭାପତି କ୍ଷୀରୋଦ ଚନ୍ଦ୍ର ପାଠୀ ସ୍ତୋତ୍ର ପାଠ କରିଥିଲେ, ସମ୍ପାଦକ ଭାସ୍କାର ଚନ୍ଦ୍ର ମହାନ୍ତି ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଯଶ୍ମିନ୍ ରାଉ୍ ଓ ଅଂଶୁମାନ ରାଉତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଆଇନଜୀବୀ ପ୍ରମୋଦ କୁମାର ମହାନ୍ତି ଅତିଥି ଭାବେ ଯୋଗ ଦେଇ ଭାବ ଓ ଭକ୍ତି ଦ୍ୱରାହିଁ ଭଗବାନ ମିଳିପାରନ୍ତି ବୋଲି କହିଥିଲେ । ବିଶିଷ୍ଠ ପ୍ରବଚକ ପଣ୍ଡିତ ବିନୋଦ ବିହାରୀ ନାୟକ ପ୍ରବଚନ ମାଧ୍ୟମରେ କହିଥିଲେ । ନିଜକୁ ଭଗବାନଙ୍କ ନିକଟରେ ସମର୍ପଣ କରିଥିଲେ । ସେ ସହାୟ ହୁଅନ୍ତି । ପରମତ୍ମାଙ୍କ କରୁଣା ଉପଲବ୍ଧୀ ହୁଏ । ଗୋପାଙ୍ଗନା ମାନେ ଭାବ ଭକ୍ତିରେ ନିଜର କରିପାରିଥିଲେ । ଗାୟକ ଚୁଡ଼ାମଣୀ ଜଗବନ୍ଧୁ ଓଝା ଓ ସାଥି ପାଲା ପରିବେଶଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଠା ଗୋବିନ୍ଦ୍ର ଚନ୍ଦ୍ର ସ୍ୱାଇଁ, ସହ ସମ୍ପାଦକ ବୃନ୍ଦାବନ ମିଶ୍ର, ଗଦାଧର ରାଉତ, ବାସୁଦେବ ପାଣି, ବସନ୍ତ କୁମାର ପତି, ମା ଟିଭିର ନିର୍ଦ୍ଦେଶକ ପ୍ରଭାତ ରାଉତରାୟ, ଅଭିମନ୍ୟୁ ମିଶ୍ର, ଅକ୍ଷୟ ଶତପଥି, ବିନୋଦ ଦାଶ, ଜନାର୍ଦ୍ଦନ ମହାନ୍ତି, ଅକ୍ଷୟ ମିଶ୍ର, ପ୍ରଭାକର, ଅନୁସୂୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସଭ୍ୟ ସଂନ୍ତୋଷ ସ୍ୱର୍ଣ୍ଣକାର ଧନ୍ୟବାଦ ଅର୍ପଣ କରିଥିଲେ ।