ଜିଲ୍ଲା ସ୍ତରୀୟ ସଂସ୍କୃତିକ କାର୍ଯ୍ୟକ୍ରମ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ସହର ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମଠାରେ ନେହୁରୁ ଯୁବକେନ୍ଦ୍ର ଯୁବ ବ୍ୟାପାର କ୍ରୀଡ଼ାମନ୍ତ୍ରାଳୟ ପକ୍ଷରୁ ଜିଲାସ୍ତରୀୟ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି l ଦିଗଦର୍ଶନ ୟୁଥ କ୍ଳବ ସଭାପତି ଉମାକାନ୍ତ ବେହେରାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଦୈନିକ ସକାଳ ର ଦକ୍ଷିଣ ଓଡିଶା ମୁଖ୍ୟ ତଥା ବରିଷ୍ଠ ସାମ୍ବାଦିକ ଡ଼କ୍ଟର ଜଗନ ମୋହନ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଓଡିଶୀ ନୃତ୍ୟଗୁରୁ ଅଳକା ସାହୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସାହିତ୍ୟିକ ଅଜିତ କୁମାର ସେଠୀ, ଯୁବ ସାମ୍ବାଦିକ ତଥା ନନ୍ଦିଘୋଷ ଟିଭି ର ଗଞ୍ଜାମ ଜିଲ୍ଲା ମୁଖ୍ୟ ଦେବହରୀ ବେହେରା, ଦିଗଦର୍ଶନ ୟୁଥ କ୍ଳବ ପ୍ରତିଷ୍ଠାତା ଦେବହରୀ ରେଡି, ଛତ୍ରପୁର ପ୍ରେସ କ୍ଳବ ସଭାପତି ପ୍ରଶାନ୍ତ କୁମାର ମହାରଣା, ଗଞ୍ଜାମ ପ୍ରେସ କ୍ଳବ ସଭାପତି ଶବର କୁମାର ତରାଇ, ନେହୁରୁ ଯୁବକେନ୍ଦ୍ର ସମ୍ପାଦିକା ବିଜୟ ଲକ୍ଷ୍ମୀ ମହାଙ୍କୁଡ ପ୍ରମୁଖ ମଂଚାସୀନ ଥିଲେ l ଏହି ଅବସରରେ ସମସ୍ତ ଅତିଥି ଏବଂ ଯୁବ ସ୍ଵେଛାସେବୀ ସୁଧୀର କୁମାର ପାଢ଼ୀ, ନାଟ୍ୟ ନିର୍ଦେଶକ ତଥା ଓଡିଆ ଅଧ୍ୟାପକ ଡ଼କ୍ଟର ଗୌରୀ ଶଙ୍କର ମହାପାତ୍ର, 39 ଥର ରକ୍ତଦାନ କରିଥିବା ମନୋଜ କୁମାର ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏଥିସହିତଅଧ୍ୟାପକ ଡ଼କ୍ଟର ଶତପଥୀ ଙ୍କ ଲିଖିତ ସାହିତ୍ୟ ଭାରତୀ ଡ଼କ୍ଟର ବେଣୀ ମାଧବ ପାଢ଼ୀ ପୁସ୍ତକ ଉନ୍ମୋଚନ ହୋଇଥିଲl l ଏଥିରେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ଯୁବକ ଛାତ୍ରୀଛାତ୍ର ନୃତ୍ୟ ପରିବେଶଣ କରିଥିଲେ l କରୋନା କଟକଣା ଅନୁଯାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l


