କୁମ୍ଭାର ସମାଜର ୫ ଦଫା ଦାବି ନେଇ ସମ୍ମିଳନୀ ଓ ଵଂଧୁ ମିଳନ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ସମାଜରେ କୁମ୍ଭାର ସଂପ୍ରଦାୟର ଭୂମିକା ଅବର୍ଣନୀୟ । କୁମ୍ଭାର ସମାଜକୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଉ କୁମ୍ଭାର ସମାଜକୁ ପୁନଃ ଅନୂସୂଚିତ ଜାତି ମାନ୍ୟତା ପ୍ରଦାନ, ୬୦ ବର୍ଷୀୟ ବା ତଦୁର୍ଦ୍ଧ୍ଵ ବ୍ୟକ୍ତିଙ୍କୁ କୁଶଳୀ କାରିଗରୀ ଭତ୍ତା ପ୍ରଦାନ, ମାଟି କଳା ବୋର୍ଡ ଗଠନ ସହିତ ପ୍ରତ୍ୟେକ ପଞ୍ଚାୟତରେ କୁମ୍ଭାର ଗୃହ ନିର୍ମାଣ ଏବଂ କୁମ୍ଭାର ମାନଙ୍କୁ ଜାଳେଣି କାଠର ରୟାଲିଟି ପ୍ରଦାନ ଆଦି ଦାବି ନେଇ କୁସୁମି ବ୍ଲକ ଅନ୍ତର୍ଗତ କାଦୁଆଣୀ ଗାଁରେ ମୟୂରଭଞ୍ଜ କୁମ୍ଭାର ସମାଜର ଏକ ସମ୍ମିଳନୀ ଓ ବଂଧୁମିଳନ -୨୦୨୨ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାସୁଦେବ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଭୀମ ଚରଣ ରାମ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବରେ କୁମ୍ଭାର ସମାଜର ସଂଯୋଜକ ମହେନ୍ଦ୍ର ନାଥ ବେହେରା, ଉପସଭାପତି ହୀରାଲାଲ ନାଏକ, ବକ୍ସି ଜଗବନ୍ଧୁ ପାଲ, ନରେଶ ଚନ୍ଦ୍ର ବେହେରା, ଲାଲ ମୋହନ ବେହେରା, ଜିଲ୍ଲା ସଭାନେତ୍ରୀ ଶୁଶିଳା ବେହେରା, ରେବତୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସମୁଦାୟ ଭାରତ ବର୍ଷରେ ୪୦ ପ୍ରତିଶତ କୁମ୍ଭାର ସମ୍ପ୍ରଦାୟ ଲୋକେ ବସବାସ କରୁଥିବା ବେଳେ ଅତୀତରୁ କୁମ୍ଭାର ସମାଜର ସ୍ୱତନ୍ତ୍ର ପରିଚୟ ରହିଆସିଛି । ୧୯୭୬ ମସିହା ପର୍ଯ୍ୟନ୍ତ କୁମ୍ଭାର ସମାଜର ଲୋକେ ଅନୁସୂଚିତ ଜାତି ମାନ୍ୟତା ପାଇ ସବୁକିଛି ସୁବିଧା ପାଉଥିଲେ ପରେ ସରକାର ଏହାକୁ ୧୯୭୬ ମସିହାରେ ଉଛେଦ କରି ଦେଇଛନ୍ତି । କୁମ୍ଭାର ସମାଜଜ ଲୋକେ ପୁନଃ ଅନୁସୂଚିତ ମାନ୍ୟତା ପାଇଁ ଦାବି କରୁଛନ୍ତି । ହେଲେ ସରକାର ଏହାକୁ ଅଣଦେଖା କରୁଛନ୍ତି । ତେବେ କୁମ୍ଭାର ସମାଜ ପ୍ରତି ସରକାରଙ୍କ ଉଦାସୀନତା କାରଣରୁ ଏବେ ମଧ୍ୟ କୁମ୍ଭାର ସମ୍ପ୍ରଦାୟର ଲୋକେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରୁନହାନ୍ତି ବୋଲି ମଞ୍ଚାସିନ ଅତିଥି ମାନେ ବ୍ୟକ୍ତ ରଖିଥିଲେ । ତେଣୁ ଆଗାମୀ ଦିନରେ ସରକାରଙ୍କ ନିକଟରେ ନିଜର ହକ ସାବ୍ୟସ୍ତ କରି କୁମ୍ଭାର ସମାଜର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସମସ୍ତଙ୍କୁ ଏକତ୍ରିତ ରହିବା ପାଇଁ ବକ୍ତା ମାନେ ଆହ୍ୱାନ କରିଥିଲେ।କାର୍ଯ୍ୟକ୍ରମରେ ମନୋହର ଵେହେରା, ସୁରେଶ ବେହେରା, ଜୟହରି ବେହେରା, ପିତାମ୍ବର ବେହେରା, ଅଭିମନ୍ୟୁ ବେହେରା,ସନ୍ତୋଷ ବେହେରା,ଉପେନ୍ଦ୍ର ବେହେରା,ରମେଶ ବେହେରାଙ୍କ ସମେତ କାଦୁଆଣୀ ଗ୍ରାମ ଓ ଆଖପାଖ ଗାଁର କୁମ୍ଭାର ସମାଜର ଶତାଧିକ ଜନସାଧାରଣ ଏଥିରେ ଉପସ୍ଥିତ ଥିଲେ। ଆଗକୁ କୁମ୍ଭାର ସମାଜର ନାର୍ଯ୍ୟ ଦାବି ପ୍ରତି ସରକାର ଉଚିତ ପଦକ୍ଷେପ ନ ନିଅନ୍ତି ଆଗାମୀ ଦିନରେ କୁମ୍ଭାର ସମାଜ ଆନ୍ଦୋଳନକୁ ଆପଣେଇବ ବୋଲି ଜିଲ୍ଲା ସଂଯୋଜକ ମହେନ୍ଦ୍ରନାଥ ବେହେରା କହିଥିଲେ ।


