ଚମାଖଣ୍ଡି ହାଇସ୍କୁଲରେ ଚାଲିଥିବା ୫ଟି ରୁପାନ୍ତରିତ ହାଇସ୍କୁଲ କାର୍ଯ୍ୟର ତଦାରଖ କଲେ ପ୍ରକଳ୍ପ ନିର୍ଦ୍ଦେଶକ

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ବ୍ଲକ ଚମାଖଣ୍ଡି ହାଇସ୍କୁଲରେ ଚାଲିଥିବା ୫ ଟି ରୁପାନ୍ତରିତ କାର୍ଯ୍ୟକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟ ଗୁଡିକର ତଦାରଖ କରିଛନ୍ତି । ଚାଲିଥିବା ସମସ୍ତ କାର୍ଯ୍ୟକୁ ଉତ୍ତମ ମାନ ଓ ସୌନ୍ଦର୍ଯ୍ୟର ସହିତ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ପିଡି ଶ୍ରୀ ଭାଉସାହେବ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସେଣ୍ଟ୍ରା ପ୍ରସେସିଂ ୟୁନିଟରେଚାଲିଥିବା କାର୍ଯ୍ୟକୁ ମଧ୍ୟ ସେ ବୁଲି ଦେଖିଛନ୍ତି । ପିଡିଙ୍କ ଏହି ପରିଦର୍ଶନ ବେଳେ ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ଡିଆରଡିଏ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରା, ଛତ୍ରପୁର ବ୍ଲକ ନିର୍ବାହୀ ଯନ୍ତ୍ରୀ ଲଗ୍ନଜିତ ସାହୁ, ଦିଗାମ୍ବର ନାୟକ, କନିଷ୍ଟଯନ୍ତ୍ରୀ ଜୟସରେନ ବେହେରା, ପିଇଓ ସନ୍ତୋଷ ବେହେରାଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଛତ୍ରପୁର ବ୍ଲକ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ୮ ଟି ହାଇସ୍କୁଲକୁ ଚିହ୍ନଟ କରାଯାଇ ୫ ଟିର ରୁପାନ୍ତରିତ କାର୍ଯ୍ୟ ଚାଲୁ ରହିଥିବା ବ୍ଲକ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ