ଅଗ୍ନି ବିପନ୍ନ ପରିବାରକୁ ଭେଟିଲେ ବିଜେପି ନେତା

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମରେ ଗତ ୧୦ତାରିଖ ଦିନ ଘଟିଥିବା ଅଗ୍ନିକାଣ୍ଡରେ କୈଳାଶ ନାଏକ, କୁନି ନାଏକ, ରଞ୍ଜନ ନାଏକ, ସୁଶାନ୍ତ ନାଏକ, ରୀନା ଡାଙ୍ଗୁଆଙ୍କ ସମେତ ୫ଟି ପରିବାର ସର୍ବସ୍ୱାନ୍ତ ହୋଇପଡିଥିଲେ । ଅଗ୍ନିକାଣ୍ଡକୁ ତିନିଦିନ ବିତିଯାଇଥିଲେ ମଧ୍ୟ ତହସିଲ ପ୍ରଶାସନ ପକ୍ଷରୁ କେବଳ ଦୁଇଟି ପରିବାର ପାଇଁ ପଲିଥିନି ଦୁଇଖଣ୍ଡ ଦେଇ ତାର କାର୍ଯ୍ୟ ସାରି ଦେଇଛି । ବିପନ୍ନ ପରିବାର ଗୁଡିକର ସର୍ବସ୍ୱ ପୋଡି ଯାଇଥିବାରୁ ସେମାନେ ଭୋକ ଉପାସରେ ଗଛମୁଳେ ଦିନ କାଟୁଛନ୍ତି । ବିପନ୍ନଙ୍କ ପାଖରେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ପହଞ୍ଚି ନଥିବାବେଳେ ଆଜି ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ବଳଭଦ୍ର ବାରିକ, ହରମୋହନ ଶାସିନି, ଜ୍ଞାନେନ୍ଦ୍ର ଜେନା, ଅନନ୍ତ ବେହେରା, ସୁଧାଶୁଂ ବେହେରା, ରମାକାନ୍ତ ନାୟକ, ମହେନ୍ଦ୍ର ସାହୁ, ଆଲୋକ ଜେନା, ଆଲୋକ ଦାଶ ପ୍ରମୁଖ ବିପନ୍ନଙ୍କ ପାଖରେ ପହଞ୍ଚି ବିପନ୍ନ ମାନଙ୍କୁ ଚୁଡା, ଚାଉଳ, ଲୁଗାପଟା, ଶୀତବସ୍ତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହି ସାହିରେ ୬ଟିପରିବାର ଦୀର୍ଘ ୨୫ବର୍ଷ ଧରି ବସବାସ କରି ଆସୁଥିବା ବେଳେ ଆଜି ପର୍ଯ୍ୟନ୍ତ ସେମାନଙ୍କ ଚଳିବାପାଇଁ ରାସ୍ତା କଣ୍ଡିଏ ନଥିବା ପରିତାପର ବିଷୟ ବୋଲି କହିବା ସହ ଶ୍ରୀ ସେଠୀ ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ