ବେଲଗୁଣ୍ଠା ତହସିଲଦାର ଙ୍କ ଅନ୍ୟତ୍ର ବଦଳି
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ବେଲଗୁଣ୍ଠା ତହସିଲଦାର ଙ୍କ ଅନ୍ୟତ୍ର ବଦଳି ହୋଇ ଯାଇଛି ତାଙ୍କ ସ୍ଥାନରେ ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ଙ୍କୁ ଦାୟିତ୍ୟ ଦିଆଯାଇଛି । ଖବରରୁ ଜଣାପଡିଛି ତହସିଲଦାର ଶ୍ରୀ ବେହେରା ଙ୍କୁ ଫୁଲବାଣୀ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ମିଳିଥିବା ବେଳେ ତାଙ୍କୁ 11 ତାରିଖ ସନ୍ଧ୍ୟାରେ ରିଲିଫ କରାଯାଇଛି । ଏବଂ ଧରଣୀଧର ବେହେରାଙ୍କୁ ବେଲଗୁଣ୍ଠା ତହସିଲଦାର ଦାୟିତ୍ୟ ଦିଆଯାଇଥିବା ଜଣାପଡିଛି ।ନୂତନ ତହସିଲଦାର ଯୋଗଦେବା ପର୍ଯ୍ୟନ୍ତ ଶ୍ରୀ ବେହେରା ଏହି ଦାୟିତ୍ୟରେ ରହିବେ ।


