‘ଜନ ଜାଗରଣ ମଞ୍ଚ’ ପକ୍ଷରୁ ଫକୀର ମୋହନ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲ୍ଲାର ଅନ୍ୟତମ ଗଣ ସଂଗଠନ ‘ଜନଜାଗରଣ ମଞ୍ଚ’ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୮୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ବାଲେଶ୍ୱର ରେଳ ଷ୍ଟେସନ ସମ୍ମୁଖରେ ଥିବା ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ପୁରୁଷୋତ୍ତମ ବିଶ୍ୱାଳ, ସାଧାରଣ ସମ୍ପାଦକ ଲକ୍ଷ୍ମୀନାରାୟଣ ମହାନ୍ତି, ସମ୍ପାଦକ ଉମେଶ ଚନ୍ଦ୍ର ବାରିକ, ସମାଜସେବୀ ଅଞ୍ଜଳି ପଣ୍ଡା, ବିନୋଦ ନାୟକ, ତୁଷାରକାନ୍ତି ମହାପାତ୍ର ପ୍ରମୁଖ ଏଥିରେ ଯୋଗଦେଇ ଫକୀର ମୋହନ ସେନାପତିଙ୍କ ପାଇଁ ବାଲେଶ୍ୱର ସମେତ ସମଗ୍ର ଓଡ଼ିଶା ଆଜି ଗର୍ବିତ ବୋଲି କହିଥିଲେ । କଥାସମ୍ରାଟ ଫକୀର ମୋହନଙ୍କ ବଳିଷ୍ଟ ଲେଖନୀ ଦ୍ୱାରା ଓଡିଆ ଭାଷା ସମୃଦ୍ଧ ହେବା ସହ ଜାତୀୟସ୍ତରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଷ୍ଟେସନ କୁଲିଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ