ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ଶତପ୍ରତିଶତ ସଫଳତା: ସୋନିଆରାଣୀ ସ୍କୁଲ ଟପ୍ପର

ଆସିକା  (ୱାଇଏନ୍‍ଏସ୍‍) ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଆସିକା ବ୍ଳକ ଅଧୀନସ୍ଥ ଗୁଣ୍ଠପଡା ଗ୍ରାମ ପଞ୍ଚାୟତର ଗୁଣ୍ଠପଡା ଗ୍ରାମରେ ଥିବା ଜଗଦଳପୁର ହାଇସ୍କୁଲ (ଗୁଣ୍ଠପଡା)ର ବିଦ୍ୟାର୍ଥୀମାନେ ଶତପ୍ରତିଶତ ସଫଳତା ହାସଲ କରି ଅତୀତର ରେକର୍ଡ ବଜାୟ ରଖିବାରେ ସକ୍ଷମ ହୋଇଥିବା ଜଣାପଡିଛି । ଚଳିତବର୍ଷ ଜଗଦଳପୁର ହାଇସ୍କୁଲ (ଗୁଣ୍ଠପଡା)ର ସମୁଦାୟ ୧୦୨ ଜଣ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷାର୍ଥୀ ମଧ୍ୟରୁ ଏ-ଟୁ ଗ୍ରେଡ୍‌ରେ ୫ ଜଣ, ବି-ୱାନ୍ ଗ୍ରେଡ୍‌ରେ ୧୧ ଜଣ, ବି-ଟୁ ଗ୍ରେଡ୍‌ରେ ୪୦ ଜଣ, ସି-ଗ୍ରେଡ୍‌ରେ ୨୪ ଜଣ ଓ ଡି- ଗ୍ରେଡ୍‌ରେ ୧୬ ଜଣ, ଇ -ଗ୍ରେଡରେ ୬ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ଜଣା ପଡିଛି । ଜଗଦଳପୁର ହାଇସ୍କୁଲ (ଗୁଣ୍ଠପଡା)ର ମେଧାବୀ ବିଦ୍ୟାର୍ଥୀ ସୋନିଆରାଣୀ ସାହୁ ୫୨୧ ମାର୍କ ରଖି ଏ-୨ ଗ୍ରେଡ୍ ହାସଲ କରି ସ୍କୁଲ ଟପର ହୋଇଥିବା ଜଣାପଡିଛି । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ଗ୍ରାମ ପଞ୍ଚାୟତର ଗୁଣ୍ଠପଡା ଗ୍ରାମର ଜଗଦଳପୁର ହାଇସ୍କୁଲର ପରୀକ୍ଷାର୍ଥୀ ମାନଙ୍କ ଏହି ସଫଳତା ପାଇଁ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ସହକାରୀ ଶିକ୍ଷକ ସୁଶିଲ୍‍ ମୋହନ ପାତ୍ର, ସୁନିତା ପରିଚ୍ଛା, ଇଶ୍ୱରୀ ମହାପାତ୍ର, ସନ୍ଧ୍ୟାରାଣୀ ବେହେରା, ମନ୍ଦାକିନୀ ପ୍ରଧାନ, ଜି.ଆନନ୍ଦ ପାତ୍ର, ରୁଦ୍ରପ୍ରସାଦ ସେଠୀ, ସୁନିଲ୍‍ ସେଠୀ, ଅର୍ଣ୍ଣପୂର୍ଣ୍ଣ ଭୋଇ, କର୍ମଚାରୀ ଆଶାଲତା ପ୍ରଧାନ, ପ୍ରଶାନ୍ତ କୁମାର ମୁନୀ, ନୀଳମାଧବ ସାହୁ ପ୍ରମୁଖ ଅଭିନନ୍ଦନ ଜଣାଇ ସେମାନଙ୍କ ସଫଳ ଓ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଛି । ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ବିଦ୍ୟାର୍ଥୀ ମାନେ ଅଭୁତପୂର୍ବ ସଫଳତା ହାସଲ କରି ଅତୀତର ରେକର୍ଡକୁ ବଳବତ୍ତର ରଖିଥିବା ଜଣାପଡିଛି । ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ଉନ୍ନତ ଶିକ୍ଷାଦାନ ବ୍ୟବସ୍ଥା ସାଙ୍ଗକୁ ବିଦ୍ୟାର୍ଥୀ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ସମ୍ଭବ ହୋଇପାରିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି। ଜଗଦଳପୁର ହାଇସ୍କୁଲ ସ୍ତରରେ ଏ-୨ ଗ୍ରେଡ୍‌ରେ ପାସ୍ ହୋଇ ସ୍କୁଲ ସ୍ତରରେ ଟପ୍ପର ହୋଇଥିବା ମେଧାବୀ ବିଦ୍ୟାର୍ଥୀ ସୋନିଆରାଣୀ ସାହୁଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଓ ଅଭିନନ୍ଦନର ସୁଅ ଛୁଟିଥିଲା ବେଳେ ସେ ଭବିଷ୍ୟତରେ ଭଲ ପାଠ ପଢି ଭଲ ଡାକ୍ତର ହୋଇ ରୋଗୀଙ୍କ ସେବା କରିବେ ବୋଲି ସେ ପ୍ରକାଶ କରିଛନ୍ତି। ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ସ୍କୁଲ ଟପ୍ପର ହୋଇଥିବା ପ୍ରତିଭାବାନ୍‍ ବିଦ୍ୟାର୍ଥୀ ସୋନିଆରାଣୀ ସାହୁ ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଢପଡା ଗ୍ରାମର ଜଣାଶୁଣା ବ୍ୟକ୍ତିତ୍ୱ ସନ୍ତୋଷ କୁମାର ସାହୁ ଓ ଗୃହିଣୀ କବିତା ସାହୁଙ୍କ ସୁପୁତ୍ରୀ ଅଟନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ