ହନୁମାନ ବିଗ୍ରହଙ୍କ ସଂସ୍କାର କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) :ଆସିକା ବ୍ଳକ ଅନ୍ତର୍ଗତ ଜୟପୁର ଗ୍ରାମ ପଞ୍ଚାୟତର କେନ୍ଦୁପଦର ଗ୍ରାମରେ ଗତ ୨୬ ତାରିଖ ଠାରୁ ଚାଲିଆସିଥିବା ସଙ୍କଟମୋଚନ ଶ୍ରୀ ଶ୍ରୀ ହନୁମାନ ବିଗ୍ରହଙ୍କ ସଂସ୍କାର କାର୍ଯ୍ୟକ୍ରମ ଏବଂ ଦ୍ୱାଦଶ ବର୍ତ୍ତ ନାମ ପୁର୍ତ୍ତି ଏକ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆସିକାର ପ୍ରାକ୍ତନ ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଓ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ ଏବଂ ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ହରେକୃଷ୍ଣ ମଲିକ ଓ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା ପ୍ରମୁଖ ଯୋଗଦେଇ ସଙ୍କଟମୋଚନ ବୀର ବଜରଙ୍ଗବାଲୀ ମାରୁତି ନନ୍ଦନ ହନୁମାନ ବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ସାଙ୍ଗକୁ କେନ୍ଦୁପଦର ଗ୍ରାମବାସୀ ଏବଂ ଆସିକା ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳ କାମନା କରିଥିବା ଦେଖିବାକୁ ମିଳିଥିଲା । କେନ୍ଦୁପଦର ଗ୍ରାମରେ ଅନୁଷ୍ଠିତ ହୋଇଥିବା ସଙ୍କଟମୋଚନ ଶ୍ରୀ ଶ୍ରୀ ହନୁମାନଙ୍କ ବିଗ୍ରହ ସଂସ୍କାର ଏବଂ ଦ୍ୱାଦଶ ବର୍ଷ ନାମ ପୁର୍ତ୍ତି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ରଂଜନ ବିଷୋୟୀ, ମାନସ ରଂଜନ ଗୌଡ, ଜୟସେନ ସ୍ୱାଇଁ, ସତ୍ୟ ନାରାୟଣ ସାମନ୍ତରା, ରବିନ୍ଦ୍ର ନାଥ ସାହୁ, ଜିତେନ୍ଦ୍ର କୁମାର ମହାରଣା, ବିମଳ ପ୍ରଧାନ, ଆକାଶ ସ୍ୱାଇଁ, ନିଳାଞ୍ଚଳ ମହାରଣା, ଶ୍ୱେତବସନ୍ତ ଲେଙ୍କା, ଶଙ୍କର ନାହାକଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ରହି ସଙ୍କଟମୋଚନ ଶ୍ରୀ ଶ୍ରୀ ହନୁମାନ ଠାକୁରଙ୍କୁ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଥିଲା


