ମାଟ୍ରିକରେ ଚିକିଟି ବ୍ଲକ ଟପ୍ପର ହେଲେ କ୍ଷୀରମଣି
ଚିକିଟି,(ଦିପ୍ତି ରଞ୍ଜନ ପାଢୀ):ଚଳିତବର୍ଷ ମେଟ୍ରିକ ପରୀକ୍ଷା ଫଳାଫଳ ରେ ଚିକିଟି ବ୍ଲକ ଟପ୍ପ ର ହୋଇଛନ୍ତି କ୍ଷୀରମଣି ସେଠି.ସେ କୃଷ୍ଣପୁର ପି ଏମ ଶ୍ରୀ ନୋଡାଲ ହାଇସ୍କୁଲ ର ଜଣେ ମେଧାବୀ ଛାତ୍ରୀ। ଚଳିତ ବର୍ଷ ବିଦ୍ୟାଳୟ ର 99 ଭାଗ ପିଲା ଉତ୍ତିର୍ଣ୍ଣ ହୋଇଥିବା ବେଳେ କ୍ଷୀରମଣି 94.5 ଶତକଡା ମାର୍କ ରଖି ବିଦ୍ୟାଳୟ,ପରିବାର ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସେ କେ.ନୂଆଗାଁ ପଞ୍ଚାୟତ କୋଳଥିଆ ର ଦୁର୍ଯ୍ୟୋଧନ ସେଠି ଓ କବିତା ସେଠି ଙ୍କ ସୁଯୋଗ୍ୟ ସନ୍ତାନ. ଆର୍ଥିକ ସମସ୍ୟା ରେ ପେଷି ହୋଇ ମଧ୍ୟ ପାଠପଢା ରେ କେବେ ବି ଅବହେଳା କରିନାହାନ୍ତି କ୍ଷୀରମଣି .ଦୃଢ ଇଚ୍ଛା ଶକ୍ତିବଳ ରେ ସଫଳତା ଆପେ ଆପେ ଆସେ ବୋଲି କୁହନ୍ତି କ୍ଷୀରମଣି.ସେ ପାଠ ପଢ଼ା ସହ ବତ୍କୃତା, ଚିତ୍ରାଙ୍କନ,ଲିଖନ ତଥା ଖେଳ ରେ ମଧ୍ୟ ସିଦ୍ଧହସ୍ତ ଓ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି. ଭବିଷ୍ୟତ ରେ ସେ ଜଣେ ଆଦର୍ଶ ଶିକ୍ଷକ ହୋଇ ଉତ୍ତମ ଛାତ୍ର ଛାତ୍ରୀ ଗଠନ ପୂର୍ବକ ସୁସ୍ଥ ସମାଜ ଗଠନ ଦିଗରେ ଲକ୍ଷ ଥିବା କହିଛନ୍ତି। ତାଙ୍କ ଏ ସଫଳତା ରେ ପ୍ରଧାନ ଶିକ୍ଷକ ଏମ.ଗୋପାଳ ସାଧୁବାଦ ଓ ଆଶ୍ରିବାଦ ଜଣେଇବା ସହ ବିଦ୍ୟାଳୟ ଓ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟି ଉଜ୍ଜଳ ଭବିଷ୍ୟତ କାମନା କରାଯାଇଛି, ବାପା, ମା, ଶିକ୍ଷକ ଶିକ୍ଷୟିତ୍ରୀ ଓ ଶୁଭେଛୁ ମାନଙ୍କ ଆଶ୍ରିବାଦ ଓ ନିଜର କଠିନ ପରିଶ୍ରମକୁ ସେ ସଫଳତାର ଶ୍ରେୟ ପ୍ରଦାନ କରିଛନ୍ତି।


