ଦେଶୀମଦ ଭର୍ତ୍ତି କାର ଜବତ : ଜଣେ ଗିରଫ

ବାଲେଶ୍ୱର, (ସରୋଜ ପଣ୍ଡା) :ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ହୋଇ ସହରର ମିର୍ଜାପୋଖରୀଠାରେ ଚୋରା ଦେଶୀମଦ ଭର୍ତ୍ତି ମାରୁତି କାର ଜବତ ସହ ଜଣକୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ହେଲେ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ଅଞ୍ଚଳର ମହମ୍ମଦ ସାହିଦଙ୍କ ପୁତ୍ର ମହମ୍ମଦ ୱାଜିଦ(୩୯) । ମାରୁତି କାର ସହ ଏଥିରେ ଥିବା ୮ଶହ ଲିଟର ଦେଶୀମଦକୁ ଅବକାରୀ ଟିମ ଜବତ କରିଛି । ଏହି ଚୋରାମଦ ପୁରୁଣାବାଲେଶ୍ୱରରୁ ଅରଡ଼ବଜାର ଯାଉଥିବା ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଦେଶୀମଦ ଚାଲାଣ ସମ୍ପର୍କରେ ସୂଚନା ପାଇ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ଅବକାରୀ ଟିମ ଚଢ଼ଉ କରିଥିଲା । ଇନସ୍ପେକ୍ଟର ଅଞ୍ଜନ କୁମାର ଜେନା, ବିଦ୍ୟାଧର ବିନ୍ଧାଣୀ, ଧୀରେନ୍ଦ୍ର ସିଂ, ରଶ୍ମିରେଖା ପାତ୍ର ପ୍ରମୁଖ ଏହି ଚଢ଼ଉରେ ସାମିଲ ହୋଇଥିଲେ । ଏନେଇ ୧୪୧/୨୦୨୧-୨୨ ନଂର ଏକ ମାମଲା ରୁଜୁ ସହ ଅଭିଯୁକ୍ତ ମହମ୍ମଦ ୱାଜିଦକୁ କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ