‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ’ ଟାଇଟଲ ବିଜେତାଙ୍କୁ ବିକ୍ରମ ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା) :ଜି ସାର୍ଥକ ଚ୍ୟାନେଲର ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ’ ପ୍ରତିଯୋଗିତାରେ ଟାଇଟଲ ଜିଣି ବାଲେଶ୍ୱର ଜିଲା ପାଇଁ ଗୌରବ ଆଣିଥିବା ଡ୍ୟାନସର ରମିଆ ହୁଇଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବିକ୍ରମ ପଣ୍ଡା ଫାଉଣ୍ଡେସନ ପକ୍ଷରୁ ରମିଆଙ୍କୁ ସୋମବାର ସମ୍ବର୍ଦ୍ଧିତ କରାଯାଇଛି । ନୁରୁପୁର ରୋଡ଼ସ୍ଥିତ ଫାଉଣ୍ଡେସନର କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ତଥା ଫାଉଣ୍ଡେସନର ମୁଖ୍ୟ ବିକ୍ରମ ପଣ୍ଡା ରମିଆଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଭୃତି ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧିତ ଅବସରରେ ରମିଆ ବେଶ ସନ୍ତୋଷ ପ୍ରକାଶ ସହ ଟାଇଟଲ ଜିଣିବା ପରେ ତାଙ୍କୁ ବିଭିନ୍ନ ମହଲରୁ ମିଳୁଥିବା ସମ୍ବର୍ଦ୍ଧନା ତାଙ୍କର ମନୋବଳକୁ ବୃଦ୍ଧି କରିଛି ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜ୍ଞାନେନ୍ଦ୍ର ମହାନ୍ତି, ସୁଶାନ୍ତ ରଣା, କାହ୍ନୁ ଚରଣ ବେହେରା, ବୈଦୁର୍ଯ୍ୟ ଦାସ, ଅଶୋକ ଆଢ଼୍ୟ, ସନ୍ତୋଷ ଦାସ ପ୍ରମୁଖ ଏହି ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇ ରମିଆଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।


