ସରପଂଚ ଓ ସମିତିସଭ୍ୟ ପଦବୀ ନିମନ୍ତେ ପାର୍ଥୀ ଚୟନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳିପଲ୍ଲୀ ପଂଚାୟତର ସରପଂଚ ଓ ସମିତିସଭ୍ୟ ପଦବୀ ନିମନ୍ତେ ବଡପୁଟି ଗ୍ରାମ ନିକଟସ୍ଥ ମୃତ୍ୟାଲୁଆମ୍ମାମନ୍ଦିର ପ୍ରାଙ୍ଗଣରେ ପଞ୍ଚାୟତର ବହୁ ତୁଙ୍ଗନେତା ଏବଂ ମହିଳା ମାନେ ଉପସ୍ଥିତ ରହି ଉଭୟ ପଦବୀ ସକାଶେ ମଙ୍ଗଳବାର ପ୍ରାଥୀ ମାନଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ସରପଂଚ ନିମନ୍ତେ ବି. ତେଜସ୍ୱିନୀ ଏବଂ ସମିତି ସଭ୍ୟ ନିମନ୍ତେ ଏସ.ରମେଶଙ୍କୁ ବିଜେଡି ସମର୍ଥିତ ପାର୍ଥୀ ଭାବେ ଚୟନ କରାଯାଇଛି । ଏହି ଅବସରରେ ଡବ୍ଲ୍ୟୁ. କ୍ରିଷ୍ଣା, ଶ୍ରମିକ ନେତା ଗୁରୁଦେବ ବେହେରା, ଏସ.ଲିଙ୍ଗରାଜ, ଏସ.ମାଙ୍ଗାଳାୟା, ଏସ.ନାରାୟଣ, କୃଷ୍ଣ ଚନ୍ଦ୍ର ଦାସ, ଅଭିମନ୍ୟୁ ଦାସ, ପି.ସୋମେୟା, ଜି.ଗଣେଷ, ଏନ. କାଲେୟା, ବି.କୁର୍ମା ରାଓ, ବି. ଗୋପାଳ, ଇ. ଦାନେୟାଙ୍କ ସମେତ ପଞ୍ଚାୟତର ବିଭିନ୍ନ ଗ୍ରାମର ଛାମୁଆ ନେତା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ