ସରପଞ୍ଚ ପ୍ରାଥୀ ନିମନ୍ତେ ମାମା ସେଠୀଙ୍କ ନାମାଙ୍କନ ପତ୍ର ଦାଖଲ

ଛତ୍ରପୁର, (ଦେବଦତ୍ତ ମହାରଣା) :-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ସୋମବାର ଠାରୁ ବିଭିନ୍ନ ପଦ ପଦବୀ ନିମନ୍ତେ ପ୍ରାର୍ଥୀ ମାନଙ୍କ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପୋଡାପଦର ଗ୍ରାମ ପଞ୍ଚାୟତର ସରପଞ୍ଚ ନିମନ୍ତେ ମାମା ସେଠୀ ନିଜର ପ୍ରାର୍ଥୀ ପତ୍ର ବୁଧବାର ଦିନ ପଞ୍ଚାୟତ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ପଞ୍ଚାୟତର ବହୁବିଧ ଅଭାବ, ଅସୁବିଧା, ବହୁଳ ସମସ୍ୟାକୁ ଦୃଷ୍ଟିରେ ରଖି ସର୍ବାଙ୍ଗୀନ ଉନ୍ନତି କରିବା ଲକ୍ଷ ନେଇ ଶ୍ରୀମତି ସେଠୀ ସରପଞ୍ଚ ପଦବୀ ନିମନ୍ତେ ନିର୍ବାଚନ ମଇଦାନ କୁ ଓହ୍ଲାଇଛନ୍ତି ବୋଲି କହିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ତାଙ୍କ ସ୍ୱାମୀ ପୂର୍ବତନ ସମିତିସଭ୍ୟ ସୁର୍ଯ୍ୟ ନାରାୟଣ ସେଠୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ