ଲଲାଟ ବିଜୁ ଯୁବ ଜନତା ଦଳ : ଜିଲ୍ଲା ଉପସଭାପତି
ବ୍ରହ୍ମପୁର, (ଓ୍ବାଇଏନ୍ଏସ୍) :ଗୋପାଳପୁର ବିଜୁ ଯୁବ ଜନତା ଦଳ ଗଞ୍ଜାମ ଜିଲ୍ଲା ସଙ୍ଗଠନ ପକ୍ଷରୁ ବୁଧବାର ଦୁଇ ଉପସଭାପତି ଜଣେ ସାଧାରଣ ସମ୍ପାଦକ ଓ ଜଣେ ସମ୍ପାଦକଙ୍କୁ ନୂତନ ନିଯୁକ୍ତି ଦିଆଯାଉଛି । ଏହି କ୍ରମରେ ରଙ୍ଗେଇଲୁଣ୍ଡା ବ୍ଲକ ମାଣ୍ଡିଆପଲ୍ଲୀ ଗୌଡ଼ ସାହି ନିବାସୀ ତଥା ନେତା ଲଲାଟ ଗୌଡ଼ଙ୍କୁ ଜିଲ୍ଲା ଉପସଭାପତି ଭାବରେ ନିଯୁକ୍ତି ଦିଆଯଇଛି । ଏହା ନେଇ ବିଜେଡ଼ି ଯୁବ ଜିଲ୍ଲା ସଭାପତି ଭବାନୀ ସାହୁ ଏକ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି । ଜଣେ ଛାତ୍ର ନେତା ଭାବେ ସେ ବେଶ ଜଣାଶୁଣା । ୨୦୧୨-୧୩ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ସମ୍ପାଦକ, ୨୦୧୭ ରେ ଛାତ୍ର ବିଜେଡ଼ି ଦକ୍ଷିଣ ଓଡ଼ିଶା ସମ୍ପାଦକ ଭାବରେ କାର୍ଯ୍ୟ କରି ଦଳରେ ସ୍ଥିତି ମଜବୁତ କରିଥିଲେ । ନୂଆ ଦାୟିତ୍ୱ ପରେ ଲଲାଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟମନ୍ତ୍ରୀଙ୍କ ଓଏସ୍ଡି ଡ଼. ଗୋପବନ୍ଧୁ ଦାଶ, ସମାଜସେବୀ ବିପ୍ଲବ ପାତ୍ର, ଜିଲ୍ଲା ସଭାପତି ଭବାନୀକାନ୍ତ ସାହୁଙ୍କ ସମେତ ଜିଲ୍ଲାର ସମସ୍ତ ସାଂସଦ ଓ ବିଦାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।


