ଜାତୀୟ ପକ୍ଷୀର ସୁରକ୍ଷା ପାଇଁ ଆହ୍ୱାନ : କୁନି ଚିତ୍ରଶିଳ୍ପୀଙ୍କ ତୂଳୀରେ ତ୍ରିରଙ୍ଗା ମୟୂର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଜି ଜାନୁୟାରୀ ୨୬ ତାରିଖ । ରାଷ୍ଟ୍ରୀୟ ପର୍ବ ସାଧାରଣତନ୍ତ୍ର ଦିବସରେ ଉତ୍ସାହ, ଉଦ୍ଦୀପନାର ସହ ନିଆରା ଢଙ୍ଗରେ ଏକ ବଳିଷ୍ଠ ବାର୍ତ୍ତା ଦେବାକୁ ପ୍ରୟାସ କରିଛନ୍ତି ୮ ବର୍ଷ ବୟସର ବାଳକ ତଥା କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । ଦେଶମାତୃକାକୁ ସମ୍ମାନ ଜଣାଇ ରଙ୍ଗ ଓ ତୂଳୀରେ ଜାତୀୟତାର ଭାବ ପ୍ରକାଶ କରି ଆଙ୍କିଛନ୍ତି ଜାତୀୟ ପକ୍ଷୀ ମୟୂର । ଦେଶ ପ୍ରତି ଆମର ଯେମିତି ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି ସେହିପରି ଜାତୀୟ ପକ୍ଷୀର ସୁରକ୍ଷା ପାଇଁ ସେତିକି ସମସ୍ତଙ୍କର ଦାୟିତ୍ୱ ରହିଛି ବୋଲି ସେ ଏହି ପରିପ୍ରେକ୍ଷୀରେ କହିଛନ୍ତି । ଦିନକୁ ଦିନ ଯେଭଳି ଭାବରେ ବିଭିନ୍ନ ପଶୁ, ପକ୍ଷୀ ବିଲୁପ୍ତ ହେବାରେ ଲାଗିଛନ୍ତି ସେହିଭଳି ଜାତୀୟ ପକ୍ଷୀର ମାନ୍ୟତା ପାଇଥିବା ମୟୂରର ବଂଶ ବୁଡି ନଯାଉ । ସେଥିପ୍ରତି ଆମ୍ଭେମାନେ ଏ ଦିଗ ପ୍ରତି ଯତ୍ନବାନ ହେବା ଉଚିତ୍ । ଆମେ ଯେପରି ଗର୍ବରେ କହୁଛେ ଆମର ଜାତୀୟ ପକ୍ଷୀ ମୟୂର । ସେହିଭଳି ଆମେ ଏ ଜାତୀୟ ପକ୍ଷୀଟିର ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନେବା ନିତାନ୍ତ ଜରୁରୀ । ସୂଚନାଯୋଗ୍ୟ, ଶାନ୍ତନୁ ରାଜଧାନୀ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରୁହନ୍ତି । ସେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅରିଶଲର ଦ୍ୱିତୀୟ ଶ୍ରେଣୀର ଛାତ୍ର । ଶାନ୍ତନୁଙ୍କ ଏଭଳି ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ ବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ