ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଔଷଧ

ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଅଏଣ୍ଟମେଣ୍ଟ ବ୍ୟବହାର କରନ୍ତି । କିନ୍ତୁ ଆୟୁର୍ବେଦରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ କମ୍ କରିବା ପାଇଁ ଗଙ୍ଗଶିଉଳି ଫୁଲ ଓ ପତ୍ରରେ ପ୍ରସ୍ତୁତ କାଢ଼ାକୁ ରାମବାଣ ବୋଲି କୁହାଯାଇଛି । ଏହି କାଢ଼ାକୁ ଦିନରେ ଦୁଇ ଥର ଗୋଟିଏ କପ୍ ପାଣିରେ ୪୦ ରୁ ୪୫ ଦିନ ପର‌୍ୟ୍ୟନ୍ତ ପିଇଲେ ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍ ହୋଇଥାଏ । ତା’ହେଲେ ଆସନ୍ତୁ ଜାଣିବା ଏହି କାଢ଼ାକୁ ଘରେ କିପରି ପ୍ରସ୍ତୁତ କରିବେ ।
ଆବଶ୍ୟକୀୟ ସାମଗ୍ରୀ : ୧୦୦ ଗ୍ରାମ୍ ଗଙ୍ଗଶିଉଳି ଫୁଲ ଓ ପତ୍ର, ୪ ଗ୍ରାମ୍ ଚୂନ (ପାନରେ ଲଗା ଯାଉଥିବା ଚୂନ), ୧ ଲିଟର ପାଣି, ଲେମ୍ବୁରସ, ଗୁଡ଼ କିମ୍ବା ମହୁ ।
କେମିତି ପ୍ରସ୍ତୁତ କରିବେ : ଗଙ୍ଗଶିଉଳି ଫୁଲ ଓ ପତ୍ରକୁ ଧୋଇ ଭଲ ଭାବରେ ଶୁଖାଇ ଦିଅନ୍ତୁ । ଏହା ପରେ ଏହାକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ । ଏହି ଗୁଣ୍ଡକୁ ଅଧିକ ଦିନ ପର‌୍ୟ୍ୟନ୍ତ ରଖିବା ପାଇଁ ଚାହୁଁଥିଲେ, ମଝିରେ ମଝିରେ ଖରାରେ ଶୁଖାନ୍ତୁ । ଏହା ପରେ ଯେବେ ବି କାଢ଼ା ତିଆରି କରିବାକୁ ଚାହୁଁଛନ୍ତି, ଗରମ ପାଣିରେ ଏହି ଗୁଣ୍ଡକୁ ପକାଇ ଫୁଟାନ୍ତୁ । ମନେ ରଖନ୍ତୁ, ୧ ଲିଟର ପାଣିରେ ଗଙ୍ଗଶିଉଳି ପତ୍ର ଓ ଫୁଲ ଗୁଣ୍ଡକୁ ପକାଇ ଅଳ୍ପ ଆଞ୍ଚରେ ଫୁଟାଇବେ । ଏହି ପାଣି ଫୁଟି କରି ଗୋଟିଏ କପ୍ ହୋଇଗଲେ ଆଞ୍ଚରୁ ଓହ୍ଲାଇ ଆଣିବେ । ପରେ ଏହି ମିଶ୍ରଣକୁ ଛାଣି ଏଥିରେ ଚୂନ, ଲେମ୍ବୁରସ ଓ ମହୁ ପକାଇ ଗୋଳାଇ ଦିଅନ୍ତୁ ଏବଂ ଉଷୁମ ଉଷୁମ ପିଅନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ