ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି : ଗଂଜାମ ଓ ରମ୍ଭା ଥାନା ପକ୍ଷରୁ ପ୍ଲାଗ ମାର୍ଚ୍ଚ

ଗଂଜାମ, (ବିନୋଦ ପଲାଇ) :-ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଶାନ୍ତି ଶୃଙ୍ଖଳା, ଭୋଟରଙ୍କୁ ନିର୍ଭୟରେ ମତାଦନ କରିବା ଓ ଅବାଧ ନିର୍ବାଚନ କରିବା ପାଇଁ ଲୋକଙ୍କୁ ସଚେତନତା କରିବା ଉଦ୍ଧେଶ୍ୟରେ ଗଂଜାମ ଓ ରମ୍ଭା ଥାନା ପକ୍ଷରୁ ବିଭିନ୍ନ ଗ୍ରାମରେ କୋଭିଡ଼ି ନିୟମ ପାଳନ କରାଯାଇ ପ୍ଲାଗ ମାର୍ଚ୍ଚ କରାଯାଇଛି । ସେଥିପାଇଁ ବିଭିନ୍ନ ଅଞ୍ଚଳର ବିଶୃଙ୍ଖଳା କାରୀଙ୍କୁ ଚିହ୍ନଟ କରି ପ୍ରତିଷେଧକ ମୂଳକ ପଡେକ୍ଷପ ସ୍ୱରୂପ ସିଆରପିସି ୧୦୭, ୧୧୦ ସିଆରପିସି ନୋଟିସ ଜାରି କରାଯାଇଛି । ଆଜି ଗଂଜାମ ଆଇଆଇସି ଶୁଭେନ୍ଦୁ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଗଞ୍ଜମ ବ୍ଲକର କାଇଁଛପୁର ପଞ୍ଚାୟତର ସାନକାଇଁଛପୁର, ବଡ଼କାଇଁଛପୁର, କଲ୍ୟାଣପୁର, ଝରାପଦର, ମାଳିଜଗନ୍ନାଥପୁର ଗ୍ରାମରେ ପ୍ଲାଗ ମାର୍ଚ୍ଚ କରାଯାଇଥିଲା । ଆଇଆଇସି ସାହୁ ଏହି ମାର୍ଚ୍ଚ ସମୟରେ ଲୋକଙ୍କୁ କିଏ ଧମକ ଦେଉଛନ୍ତି କି, ବିଶୃଙ୍ଖଳା ସୃଷ୍ଟି ହେଉଛି କି,ବୋଲି ପଚାରି ବୁଝିବା ସହ କଣ ଅସୁବିଧା ହେଲେ ସଙ୍ଗେ ସଙ୍ଗେ ଜଣାଇବାକୁ ନିଜର ମୋବାଇଲ ନମ୍ବର ଦେଉଥିବା ଦେଖାଯାଇଥିଲା । ଏହି ପ୍ଲାଗ ମାର୍ଚ୍ଚରେ ସେକେଣ୍ଡ ଅଫିସର ନାରାୟଣ କୁଂଆର, ଏଏସଆଇ ସୁପ୍ରଭା ସାହୁ, ଏଏସଆଇ -ଏସ .ପ୍ରତିହାରି ଓ ସମସ୍ତ କନେଷ୍ଟବଳ, ଓଏସଏପି ଅଷ୍ଟମ ବାଟାଲୀୟନ ସିପାହୀ ସାମିଲ ହୋଇଥିଲେ । ସେହିପରି ରମ୍ଭା ଥାନା ପକ୍ଷରୁ ମଧ୍ୟ ଆଇଆଇସି ଦିପ୍ତୀ ରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ ରାମଗଡ଼ ପଞ୍ଚାୟତର ଅରୁଣପୁର, ଗଜପତି ନଗର, ପାଲୁରଗଡ଼ ଓ ସାନରାମଚନ୍ଦ୍ରପୁର ପଞ୍ଚାୟତର ହେଚ. ବୁରୁଡ଼ି, ରାମଚନ୍ଦ୍ରପୁର ଗ୍ରାମରେ ଫ୍ଲାଗମାର୍ଚ୍ଚ କରାଯାଇଥିଲା । ଉକ୍ତ ସମୟରେ ଆଇଆଇସି ବେହେରା ଲୋକଙ୍କୁ ନିର୍ଭରେ ମତଦାନ କରିବାକୁ କହିବା ସହ ବିଶୃଙ୍ଖଳା ଦେଖିଲେ ଖବର ଦେବାକୁ କହିଥିଲେ । ଏହି ମାର୍ଚ୍ଚରେ ଏସ.ଆଇ ବିକାଶ କୁମାର ସାମଲ,ଏସଆଇ ଦେବଦୂତ ପ୍ରିୟଦର୍ଶୀ,ଏସ.ଆଇ ବିମଳ କୁମାର କାହ୍ନାର,ଏଏସଆଇ ସୋମନାଥ ମହାରଣା,ଏଏସଆଇ ଛବିରାଣୀ ନାହାକ ସମେତ ସମସ୍ତ କନେଷ୍ଟବଳ,ଓପି ଏଫ,ଓସିପି ,ହୋମଗାର୍ଡ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ