ପର୍ଯ୍ୟଟକ ନିରାଶ

ବେଗୁନିଆପଡା ,(ଯୁଗାବ୍ଦ ନ୍ୟୁଜ୍‌): ରାଜ୍ୟର ଅନ୍ୟତମ ଟୁରିଜିମ୍ ପ୍ଲେସ୍ ଭାବରେ ବେଶ ପରିଚିତ ଶାଳିଆ ଡ୍ୟାମ୍ । ଗଂଜାମ ଜିଲ୍ଲା ଖୋର୍ଦ୍ଧା ତଥା ବେଗୁନିଆପଡା ବ୍ଲକର କୁମାରୀପାରୀ ନିକଟରେ ଥିବା ବହୁ ପୁରାତନ ଓ ଅନ୍ୟତମ ଥିବା ବେଳେ ଡ୍ୟାମ ଗତଦୁଇମାସ ଧରି ଶାଳିଆ ଡ୍ୟାମ ମୁଖ୍ୟ ଗେଟରେ ତାଲା ଝୁଲୁ୍‌ଥିବାରୁ ପର୍ଯ୍ୟଟକ ମାନେ ନିରାଶ ହେଉଥିବାର ଦେଖିବାକୁ ମିଳିଛି । ଶାଳିଆ ଡ୍ୟାମ ପ୍ରାକୃତିକ ସୈାନ୍ଦର୍ଯ୍ୟର ଗନ୍ତାଘର ହୋଇଥିବା ବେଳେ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ମାନଙ୍କର ସୁଅ ଛୁଟିବାରେ ଲାଗିଥିବା ବେଳେ ଶାଳିଆ ଡ୍ୟାମରେ ତାଲା ଝୁଲୁଥିବାରୁ ପର୍ଯ୍ୟଟକ ମାନଙ୍କୁ ନିରାଶ ହେବାକୁ ପଡିଛି । ତେବେ କାହଁକି ଗେଟ୍ ବନ୍ଦ ରହିଛି ସେ ନେଇ କୌଣସି ଠୋସ୍ ଉତ୍ତର ମିଳିନଥିବା ବେଳେ ଏଠାରେ ଥିବା କାର‌୍ୟାଳୟ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।କିଛି ପର‌୍ୟ୍ୟଟକ ମାନେ ଗେଟ୍ ଡେଇଁ ଭିତରକୁ ଯାଉଥିବା ବେଳେ ମହିଳା ପର‌୍ୟ୍ୟଟକ ମାନେ ଆଦୌ ଭିତରକୁ ଯାଇ ନପାରି ଅସନ୍ତୋଷ ପ୍ରକାଶ କରିଛନ୍ତି।ଡ୍ୟାମର ମୁଖ୍ୟ କତୃପକ୍ଷ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ଗେଟ୍ ଖୋଲିବା ପାଇଁ ଦାବି କରିଛନ୍ତି ପର‌୍ୟ୍ୟଟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ