ମହାନ୍ତିପଡ଼ାରେ ସାଧାରଣ ସୁବିଧା କେନ୍ଦ୍ର ନିର୍ମାଣ ନେଇ ରି-ଟେଣ୍ଡର

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ମହାନ୍ତିପଡ଼ା ଠାରେ ଟେରାକୋଟା କାରିଗରଙ୍କ ପାଇଁ ସାଧାରଣ ସୁବିଧା କେନ୍ଦ୍ର(ସିଏଫସି) ନିର୍ମାଣ ନିମନ୍ତେ ରି-ଟେଣ୍ଡର ସିଡ୍ୟୁଲ୍ ପ୍ରକାଶ ପାଇଛି। ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ୮୩ ଲକ୍ଷ ୪୪ ହଜାର ୪୦ ଟଙ୍କା ରହିଛି। ଟେଣ୍ଡର ଦଲିଲ ଅନୁଯାୟୀ, ପ୍ରକଳ୍ପ କାର୍ଯ୍ୟକୁ ୪ ଭାଗରେ ବିଭକ୍ତ କରାଯାଇଛି। ମୂଳ କୋଠା ନିର୍ମାଣ ପାଇଁ ୭୫ ଲକ୍ଷ ୩୭ ହଜାର ୫ ଶହ ୬୦ ଟଙ୍କା, ସ୍ପ୍ଲିଟ ଏସି ସଂସ୍ଥାପନ ସହ ଆଭ୍ୟନ୍ତରୀଣ ବିଦ୍ୟୁତକରଣ ପାଇଁ ୩ ଲକ୍ଷ ୩୫ ହଜାର ୪ ଶହ ୧୧ ଟଙ୍କା, ପାନୀୟ ଜଳ ଓ ସାନିଟାରୀ କାର୍ଯ୍ୟ ପାଇଁ ୨ ଲକ୍ଷ ୯୧ ହଜାର ୫ ଟଙ୍କା ଏବଂ ସବମର୍ସିବଲ୍ ପମ୍ପ ସାହାଯ୍ୟରେ ଗଭୀର ବୋର ୱେଲ ଖୋଲିବା ପାଇଁ ୧ ଲକ୍ଷ ୮୦ ହଜାର ୬୩ ଟଙ୍କା ଅଟକଳ କରାଯାଇଛି। ଗତ ଜୁଲାଇ ୭ରେ ବନ୍ତ ବ୍ଲକର ବିଡିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ଭଦ୍ରକ ଜିଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ(ବୈଷୟିକ)ଙ୍କ ଦ୍ୱାରା ଟେଣ୍ଡର ସିଡ୍ୟୁଲ୍ ସ୍ୱାକ୍ଷରିତ ଓ ଅନୁମୋଦିତ ହୋଇଛି। ନିର୍ଦ୍ଧାରିତ ସର୍ତ୍ତାବଳୀ ଅନୁଯାୟୀ ଇଚ୍ଛୁକ ଠିକାଦାରଙ୍କଠାରୁ ପ୍ରସ୍ତାବିତ ମୂଲ୍ୟ ଦାଖଲ ପାଇଁ ଆହ୍ୱାନ କରାଯାଇଛି। ଏହି ସିଏଫ୍‌ସି ନିର୍ମାଣ ହେଲେ ଅଞ୍ଚଳର ଟେରାକୋଟା କାରିଗରମାନେ ଉତ୍ପାଦନ, ପ୍ରଶିକ୍ଷଣ ଓ ବିପଣନ କ୍ଷେତ୍ରରେ ସୁବିଧା ପାଇପାରିବେ ବୋଲି ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ