ମତ୍ସ୍ୟ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କଲେ ମନ୍ତ୍ରୀ : ଆର୍ଯ୍ୟପଲ୍ଲୀ ଫିସିଂ ହାରବର ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଛତ୍ରପୁର(ଓ୍ବାଇଏନଏସ): ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶୁକ୍ରବାର ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ମତ୍ସ୍ୟ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ସହ ମନ୍ତ୍ରୀ  ହେବାକୁ ଥିବା ବିଭିନ୍ନ  ପ୍ରକଳ୍ପ ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରଥମେ ମନ୍ତ୍ରୀ ଆର୍ଯ୍ୟପଲ୍ଲୀଠାରେ ପ୍ରସ୍ତାବିତ ଫିସିଂ ହାରବର ଅଞ୍ଚଳ ପରିଦର୍ଶନ କରି ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ  ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଥିଲେ । ମତ୍ସ୍ୟଜୀବୀଙ୍କ ଆର୍ଥିକ ଉନ୍ନତି, ସୁରକ୍ଷା ଓ ମତ୍ସ୍ୟ ଉତ୍ପାଦନର ସୁଚାରୁ ପରିଚାଳନା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ କହିଥିଲେ। ଫିସିଂ ହାରବର ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ପୌରପରିଷଦ ପକ୍ଷରୁ ନିର୍ମାଣ ହେବାକୁ ଥିବା ଆଧୁନିକ ମାଛ ବଜାର ପ୍ରକଳ୍ପର ସ୍ଥାନ ପରିଦର୍ଶନ କରିଥିଲେ। ସେହିପରି ଋଷିକୂଲ୍ୟା ମୁହାଣ ଅଗସ୍ତି ନୂଆଗାଁଠାରେ  ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ପ୍ରକଳ୍ପର ଅଗ୍ରଗତି ମଧ୍ୟ ତଦାରଖ କରିଥିଲେ। ଏହାପରେ ମନ୍ତ୍ରୀ ଏସିଆ ପ୍ରସିଦ୍ଧ ହୁମ୍ମା ଶୁଖୁଆ ହାଟ ପରିଦର୍ଶନ କରି ମତ୍ସ୍ୟଜୀବୀ ଓ ବ୍ୟବସାୟୀମାନଙ୍କ ସହ ହାଟର ବିଭିନ୍ନ ସମସ୍ୟା ଓ ବ୍ୟବସାୟ ସମ୍ପର୍କରେ ଆଲୋଚନା କରିଥିଲେ। ହାଟ ପରିସରରେ ନିର୍ମିତ ପିଣ୍ଡିଗୁଡ଼ିକରେ ବ୍ୟବସାୟୀମାନେ ବ୍ୟବସାୟ କରିବାକୁ ସେ ପରାମର୍ଶ ଦେଇଥିଲେ। ପରିଦର୍ଶନ ସମୟରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଗଞ୍ଜାମ ବିଡିଓ ଅଚ୍ୟୁତାନନ୍ଦ ଯାନୀଙ୍କ ସମେତ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ