ଗୋରୁଗାଡି ଜବତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ଅଧିନ ୧୬ନଂ ଜାତୀୟ ରାଜପଥରେ ବେଆଇନ ଗୋରୁ ଗାଡି ଯାତାୟତ କରିବା ଏକ ନିତିଦିନିଆ ଘଟଣା ହୋଇଗଲାଣି। ଅତି ଅମାନୁଷିକ ଭାବେ ମାଫିଆ ମାନେ ପ୍ରାୟ ପ୍ରତ୍ୟକ ଦିନ କଟକ ଓ ଯାଜପୁର ପଟୁ ଗୋରୁ ଗାଡି ନେଇ ଭଣ୍ଡାରିପୋଖରୀ ଥାନା ଅଂଚଳ ରାଜପଥ ଦେଇ ବାଲେଶ୍ୱର ଓ ପଶ୍ଚିମବଙ୍ଗକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଭୋର ସମୟରେ ତୋରତ ପୋଲ ପୋଲିସ ନାକା ପୋଷ୍ଟ ଠାରୁ ଏକ ବେଆଇନ ଗୋରୁ ଗାଡିକୁ ଭଣ୍ଡାରିପୋଖରୀ ପୁଲିସ ଜବତ କରିଛି । ଓଡ଼ି୦୧ଇ୫୭୮୬ଗାଡିଟି ପ୍ରାୟ ୩୮ଗୋଟି ଗୋରୁ ବୋଝେଇ କରି ପାଣିକୋଇଲି ଠାରୁ ବସ୍ତା ଯାଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲା। ଥାନା ପକ୍ଷରୁ ଗାଡିଟିକୁ ଜବତ କରାଯାଇଥିବା ବେଳେ ଗୋରୁ ଗୁଡିକୁ ଗୋ ଶାଳାକୁ ପଠାଯାଇଛି । ଏନେଇ ପୁଲିସ ୩୨/୨୨ରେ ମାମଲା ରୁଜ୍ଜୁ କରିଥିବା ବେଳେ ଗାଡି ଚାଳକ ଏସ କେ ବାତୁଳ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ